୨ ଯୁବକଙ୍କୁ ବିବାହ କରି କୋଟିଏ ୪୫ ଲକ୍ଷ ଠକିନେଲେ କନ୍ୟା: ଏବେ ତୃତୀୟ ବିବାହ କରି ବିଦେଶକୁ ଉଡ଼ନ ଛୁ…

ନୂଆଦିଲ୍ଲୀ, ୯।୮: ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କୋଟିଏ ୪୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ କନ୍ୟା। ଏହାପରେ ଏବେ ତୃତୀୟ ଯୁବକଙ୍କୁ ବିବାହ କରି ହନିମୁନ୍‌ ପାଇଁ ବିଦେଶକୁ ଉଡ଼ନ ଛୁ ମାରିଛନ୍ତି କନ୍ୟା ଜଣକ। ପ୍ରଥମେ ଝାଡ଼ଖଣ୍ଡର ଗିରିଡ଼ିହ ଅଞ୍ଚଳର ଜଣେ ଯୁବକଙ୍କ ସହିତ ଓ୍ବେବସାଇଟ୍‌ ମାଧ୍ୟମରେ ଯୋଗାଯୋଗ କରି କନ୍ୟା ଜଣକ ତାଙ୍କୁ ବିବାହ କରିଥିଲେ। ତାଙ୍କଠାରୁ କୋଟିଏ ଟଙ୍କା ଲୁଟି ନେଇଥିଲେ। ଏହାପରେ ଗୁଜରାଟର ଜଣେ ଯୁବକଙ୍କୁ ମିଛ ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ କରିଥିଲେ। ଘରର ଆର୍ଥିକସ୍ଥିତି ଖରାପ ଥିବା କହି ସେ ଯୁବକଙ୍କଠାରୁ ୪୫ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହାପରେ ମହାରାଷ୍ଟ୍ରର ପୁଣେର ଜଣେ ଯୁବକଙ୍କୁ ବିବାହ କରି ଏବେ କାଲିଫର୍ନିଆରେ ହନିମୁନ୍‌ କରିବାକୁ ସେ ଯାଇଛନ୍ତି। ଏନେଇ ୨ ଯୁବକ ପୋଲିସ ଥାନାରେ ଏତଲା ଦାଏର କରିଛନ୍ତି। ଏବେ ପୋଲିସ କନ୍ୟାଙ୍କୁ ଖୋଜିବା ଆରମ୍ଭ କରିଛି।

Share