Categories: ଫୁରସତ

ପ୍ରଥମଥର ଟ୍ରେନ୍‌ ଦେଖି ଏମିତି ପ୍ରତିକ୍ରିୟା ଦେଲେ କୁନି ଝିଅ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅ ରେଲ୍‌ଓ୍ବେ ଷ୍ଟେଶନରେ ଛିଡ଼ା ହୋଇଛି। ଟ୍ରେନ୍‌ ଆସିବା କ୍ଷଣି ସେ ଏମିତି ପ୍ରତିକ୍ରିୟା ଦେଇଛି , ଯାହା ଲୋକକୁ ଖୁବ୍‌ ପସନ୍ଦ ଆସିଛି।

ସୋସିଆଲ ମିଡିଆରେ @BrianRoemmele ନାମକ ଜଣେ ୟୁଜର ଭିଡିଓଟିକୁ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ ଏକ କୁନି ଛୁଆର ଆଖିରେ ଦୁନିଆ ଦେଖ’। ଯେତେବେଳେ ସେ ପ୍ରଥମଥର ଟ୍ରେନ୍‌ ଦେଖି ଏମିତି ଖୁସି ବ୍ୟକ୍ତ କରିଛନ୍ତି। ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ଝିଅଟିକୁ ପଚାରୁଛନ୍ତି କ’ଣ ଆସୁଛି। ଝିଅଟି ଖୁସିରେ ଆତ୍ମହରା ହୋଇ କହୁଛି ଟ୍ରେନ୍‌ ଆସୁଛି। ଝିଅଟିର ଏହି ପ୍ରତିକ୍ରିୟା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। ଭିଡିଓକୁ ଯିଏ ଦେଖିବ ସେ ବି ଝିଅ ପ୍ରେମରେ ପଡ଼ିଯିବ। ମାର୍ଚ୍ଚ ୩୧ରେ ଶେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବହୁତ ଲୋକ ଏହାକୁ ପସନ୍ଦ କରିବା ସହ ଭଲ ଭଲ କମେଣ୍ଟ ବି ଦେଉଛନ୍ତି।

Share