ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କଲେ ଯୁବକ, ପାଟିରେ ଭରିଦେଲେ କାଦୁଅ

ଲକ୍ଷ୍ନୌ,୧୯ା୯: ଉତ୍ତରପ୍ରଦେଶର ଏକ ଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ହତ୍ୟାର ଗୋଟିଏ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବଳାତ୍କାର କରିବା ପରେ ତାଙ୍କ ପାଟିରେ କାଦୁଅ ଭର୍ତ୍ତି କରିଦେଇଥିବା ପୋଲିସ କହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ବୁଡାଓଁ ଜିଲା ଫୈଜଗଞ୍ଜ ଅଞ୍ଚଳରେ ଥିବା ରେଳ ଟ୍ରାକ୍‌ ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଛି।ଏସ୍‌ଏସ୍‌ପି ଓପି ସିଂ କହିଛନ୍ତି, ‘ଅଭିଯୁକ୍ତ ଜଣକ ତାଙ୍କ ଦୋକାନ ନିକଟରେ ନାବାଳିକାଙ୍କୁ ଏକାକୀ ଦେଖି ତାଙ୍କୁ ମିଠା ଦେଇ ନିଛାଟିଆ ସ୍ଥାନକୁ ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିବା ପରେ କାହାକୁ କହିବୁନୁ ବୋଲି କହିଥିଲେ। ନାବାଳିକା ଜଣକ ମୋ ମା-ବାପାଙ୍କୁ ଏସବୁ ବିଷୟରେ କହିଦେବି ବୋଲି କହିଥିଲେ। ଏହା ପରେ ଯୁବକ ଜଣକ ରାଗରେ ନାବାଳିକାଙ୍କ ପାଟିରେ କାଦୁଅ ଭର୍ତ୍ତି କରିଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିବା ବେଳେ ସେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇଛି। ଏନେଇ ଏସ୍‌ଏସ୍‌ପିି କହିଛନ୍ତି ଯେ, ଅଭିଯୁକ୍ତଙ୍କ ପୋଷାକ ଏବଂ ଡିଏନ୍‌ଏ ନମୁନା ଫରେନସିକ୍‌ ଲ୍ୟାବକୁ ପଠାଯାଇଛି। ଖୁବ୍‌ଶୀଘ୍ର ଏହି ମାମଲାର ଚାର୍ଜଶିଟ୍‌ ଦାଖଲ ହେବ।

Share