ବଉଳ ସାଙ୍ଗରେ ବାହାଘର: ୨ ଯୁବତୀଙ୍କ ନିଆରା ପ୍ରେମ ବିବାହ

ଅଯୋଧ୍ୟା, ୨୯।୮: କଥାରେ ଅଛି ପ୍ରେମ ବାଧାବନ୍ଧନ ମାନେ ନାହିଁ। ଏହାର ସଦ୍ୟତମ ଉଦାହରଣ ଅଯୋଧ୍ୟାରେ ଦେଖିବାକୁ ମିଳିଛି। ଏଠାରେ ୨ ଜଣ ଯୁବତୀଙ୍କ ମଧ୍ୟରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ଶେଷରେ ବିବାହରେ ପରିଣତ ହୋଇଛି। କାନପୁରରେ ରହୁଥିବା ଜଣେ ଯୁବତୀ ଅଯୋଧ୍ୟାର ସାହବଗଞ୍ଜ୍‌କୁ ପ୍ରାୟତଃ ଆସୁଥିଲେ। ଏଠାରେ ବାସ କରୁଥିବା ଅନ୍ୟ ଜଣେ ଯୁବତୀଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଧୀରେ ଧୀରେ ଦୁହେଁ ବଉଳ ବସଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ୨ ବର୍ଷ ଧରି ସେମାନଙ୍କ ମଧ୍ୟରେ ଶାରୀରିକ ସମଲିଙ୍ଗୀ ସମ୍ପର୍କ ରହିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଦୁହେଁ ଅଗଷ୍ଟ ୨୬ରେ କାନପୁରର ତପସ୍ବୀ ମନ୍ଦିରରେ ପରସ୍ପରକୁ ବିବାହ କରିଛନ୍ତି। ବିବାହ ପରେ ସେମାନେ ଅଯୋଧ୍ୟା ପୋଲିସ ଷ୍ଟେଶନରେ ପହଞ୍ଚି ଥାନା ଅଧିକାରୀ ଅମର ସିଂଙ୍କୁ ସାମାଜିକ ସୁରକ୍ଷା ଆବେଦନ ଦେଇଛନ୍ତି। ସେମାନେ ସାବାଳକ ଏବଂ ପରିବାର ସଦସ୍ୟଙ୍କ ଅନୁମତି କ୍ରମେ ବିବାହ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Share