Categories: ଜାତୀୟ

ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ଏହି କାମ କଲେ ୧୦ମ ଶ୍ରେଣୀ ଛାତ୍ରୀ

ଥିରୁଭାନନ୍ତପୁରମ୍‌,୮ା୯: କେରଳର ଥିରୁଭାନନ୍ତପୁରମରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଯେଉଁଠାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟି ଦେଇଛନ୍ତି।

ସୁନା ଗାଏବ ହେବା ପରେ ଛାତ୍ରୀଙ୍କ ମା’ ପୋଲିସରେ ଅଭିଯୋଗ କରିଥିଲେ। ସେତେବେଳେ ପୋଲିସ ଛାତ୍ରୀଙ୍କର ଜଣେ ସାଙ୍ଗ ଶିବିନ ଏବଂ ତାଙ୍କ ମା’ଙ୍କୁ ପୋଲିସ ଗିରଫ କରିଥିଲା। ଛାତ୍ରୀ ଜଣକ ପୋଲିସକୁ କହିଛନ୍ତି, ସେ ୧ ବର୍ଷ ପୂର୍ବରୁ ଶିବିନଙ୍କୁ ସୁନା ଦେଇଥିଲେ। ପୋଲିସ ଶିବିନଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ମାତ୍ର ଏହି ମାମଲା ଏବେ ନୂଆ ମୋଡ଼ ନେଇଛି। ଯେତେବେଳେ ଶିବିନ ପୋଲିସକୁ କହିଲେ ଆମକୁ କେବଳ ୨୭ ଭରି ସୁନା ଦେଇଛନ୍ତି, ୭୫ ଭରି ନୁହଁ। ସେତେବେଳେ ପୋଲିସର ମୁଣ୍ଡ ବି କାମ କଲାନି।

ଛାତ୍ରୀ ଜଣକ ୭୫ ଭରି ସୁନାରୁ ୪୦ ଭରି ସୁନା ଅନ୍ୟ ଜଣେ ପୁଅ ସାଙ୍ଗକୁ ଦେଇଥିଲେ। ପରେ ସେ ଯୁବକ ଜଣକ ଛାତ୍ରୀଙ୍କୁ ଇନ୍‌ଷ୍ଟାଗ୍ରାମରୁ ବ୍ଲକ କରିଦେଇଥିଲେ। ତାଙ୍କ ସହ ଆଉ ସେ କଥାବାର୍ତ୍ତା ହୋଇପାରୁନାହାନ୍ତି। ପୋଲିସ କିନ୍ତୁ ଏ କଥାକୁ ବିଶ୍ୱାସ କରି ନ ଥିଲା। ପୋଲିସର ବି ସନ୍ଦେହ ହେଉଛି ଛାତ୍ରୀଙ୍କ ଘରୁ ପ୍ରକୃତରେ ୭୫ ଭରି ସୁନା ଚୋରି ହୋଇଛି ନା କମ୍‌। ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି।

Share