Posted inଜାତୀୟ

ହଷ୍ଟେଲରେ ପଶି ଗର୍ଲଫ୍ରେଣ୍ଡକୁ ମର୍ଡର, ବଞ୍ଚାଅ ବଞ୍ଚାଅ ଚିତ୍କାର ପରେ ବି ବୟଫ୍ରେଣ୍ଡ୍‌…

ବେଙ୍ଗାଲୁରୁ, ୨୭।୦୭: ସାମାନ୍ୟ କିଛି ଘଟଣାକୁ ନେଇ ଗର୍ଲଫ୍ରେଣ୍ଡକୁ ବାରମ଼୍ବାର ଛୁରି ଭୁଷି ଅତି ନିର୍ମମ ଭାବେ ହତ୍ୟାକରିଛି ବୟଫ୍ରେଣ୍ଡ୍‌ । ଏପରି ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ବେଙ୍ଗାଲୁରୁରେ ଘଟିଛି । ୨୪ ବର୍ଷୀୟା ଜଣେ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକକୁ ମଧ୍ୟ ପ୍ରଦେଶରୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ବିହାରର କ୍ରିତି କୁମାରୀ ବେଙ୍ଗାଲୁରୁର କୋରମଙ୍ଗଲା ଅଞ୍ଚଳରେ ଏକ ପେଇଂ ଗେଷ୍ଟ ହିସାବରେ ରହୁଥିଲେ । ଗତ ମଙ୍ଗଲବାର ରାତିରେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ରାତି ପ୍ରାୟ ୧୧ଟା ବେଳେ କ୍ରିତିଙ୍କ ହଷ୍ଟେଲ୍‌ରେ ପହଞ୍ଚି ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଗଳା କାଟିବାକୁ ଅଭିଯୁକ୍ତ ବାରମ଼୍ବାର ପ୍ରୟାସ କରିଥିବା କ୍ରିତିଙ୍କ ରୁମ୍‌ମେଟ୍‌ ପୋଲିସକୁ କହିଛନ୍ତି । କ୍ରିତି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତ ତାଙ୍କୁ ଛାଡ଼ି ନିଥିଲା । ଏମିତିକି କ୍ରିତି ତଳେ ପଡ଼ିଯିବା ପରେ ବି ସେ ତାଙ୍କୁ ଛୁରି ଭୁଷି ଚାଲିଥିଲା।

ପୋଲିସ ଏନେଇ କହିଛି ଯେ, ଅଭିଯୁକ୍ତ ଏବଂ କ୍ରିତିଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ହେଲେ ବେରୋଜଗାରୀକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଏଥିପାଇଁ କ୍ରିତି ଅଭିଯୁକ୍ତ ଯୁବକ ପାଖରୁ ଦୂରେଇ ରହୁଥିଲେ। ହଷ୍ଟେଲ୍‌ ମଧ୍ୟ ବଦଳାଇଥିଲେ । ତେବେ ପୋଲିସ୍‌ ନେଇ ଅଧିକ ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri