ପ୍ରେମିକା ପ୍ରେମିକଙ୍କୁ ମନେ ପକାଇ କରନ୍ତି ଏମିତି, ଜାଣିଲେ..

ଝିଅ ହୁଅନ୍ତୁ କିମ୍ବା ପୁଅ, ବେଳେବେଳେ ଚାକିରି କିମ୍ବା ପଢ଼ାପଢ଼ି ପାଇଁ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ, ବେଳେବେଳେ ଝିଇମାନେ କାହାକୁ କିଛି କୁହନ୍ତି ନାହିଁ। କିନ୍ତୁ ସେମାନେ ତାଙ୍କ ପ୍ରେମକୁ ଭୁଲି ପାରନ୍ତି ନାହିଁ । ପ୍ରେମିକଙ୍କୁ ବହୁତ ମନେପକାଇଥାନ୍ତି। ଏହା ସେମାନଙ୍କର ଆଚରଣ କିମ୍ବା ଗତିବିଧି ପ୍ରତିଫଳିତ ହେବାକୁ ଲାଗିଥାଏ। ପ୍ରେମିକଙ୍କୁ ମନେ ପକାଇ ସେମାନେ କ’ଣ କରନ୍ତି ଜାଣନ୍ତୁ ସେ ସମ୍ପର୍କରେ …

ସୋସିଆଲ ମିଡିଆରେ ପ୍ରୋଫାଇଲ ଦେଖିବା

ଯେତେବେଳେ ଗର୍ଲଫ୍ରେଣ୍ଡମାନେ ପ୍ରେମିକଙ୍କୁ ବହୁତ ମିସ୍‌ କରନ୍ତି କିନ୍ତୁ ସେମାନେ ଭାବନ୍ତି ଯେ, ପ୍ରେମିକଙ୍କୁ ବାରମ୍ବାର ଫୋନ୍‌ କରିବା ଠିକ ନୁହେଁ। ତେଣୁ ସେମାନେ ସୋସିଆଲ ମିଡିଆରେ ନିଜ ପ୍ରେମିକଙ୍କ ପ୍ରୋଫାଇଲ ଦେଖନ୍ତି। ଅନ୍ୟ ଲୋକଙ୍କ କମେଣ୍ଟ ପଢ଼ିବା ସହ ପ୍ରେମିକଙ୍କ ପୁରୁଣା ଫଟେକୁ ଦେଖନ୍ତି।

ବାରମ୍ବାର ମେସେଜ ଦିଅନ୍ତି

ଯେତେବେଳେ ଝିଇମାନେ ନିଜ ପ୍ରେମିକଠାରୁ ଦୂରରେ ରୁହନ୍ତି, ସେମାନେ ସେମାନଙ୍କୁ ବହୁତ ମନେପକାନ୍ତି। ଏଭଳି ପରିସ୍ଥିତିରେ ସେ କିପରି କଥା ହେବେ ସେ ନେଇ ବାହାନା କରି ପୋଷ୍ଟ ଶେୟାର କରନ୍ତି। ପୋଷ୍ଟ ଦେଖି ପ୍ରେମିକ ଭଲମନ୍ଦ ପଚାରି ବୁଝନ୍ତି।

ସହକର୍ମୀଙ୍କ ସହ କଥା ହୁଅନ୍ତି
ପ୍ରେମିକଙ୍କୁ ମନେ ପାଇ ଝିଅ ମାନେ ଅନ୍ୟ ସାଙ୍ଗସାଥୀ ନିକଟରେ ତାଙ୍କ କଥା ବାଣ୍ଟନ୍ତି। ଯେପରି ତାଙ୍କ ପ୍ରେମିକ ଦୁନିଆର ଜଣେ ଶ୍ରେଷ୍ଠ ପୁରୁଷ।

ଗୀତ ଶୁଣିବା

ପ୍ରେମିକଙ୍କୁ ମନେ ପକାଇ ଝିଅଟି ଅନେକ ସମୟରେ ଗୀତ ଶୁଣିଥାନ୍ତି।