Categories: ଫୁରସତ

ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…

କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍‌ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ। ନିଦ ବାଉଳାରେ ଏହି ଯୁବକଙ୍କ ପାଟିରୁ ଏମିତି କିଛି ଶବ୍ଦ ବାହାରିଗଲା, ଯେଉଁଥିରେ ପ୍ରେମିକାଙ୍କ ସାମ୍ନାରେ ତାଙ୍କ ସମସ୍ତ ଗୁମର ଖୋଲିଗଲା।

ଆମେରିକାର ଆରିଜୋନାରେ ରହୁଥିବା ଟିକ୍‌ଟକ୍‌ ୟୁଜର ବେଲି ହଣ୍ଟର ଏକ ଭିଡିଓ ଶେୟାର କରି କହିଛନ୍ତି, କେବେ ଆପଣଙ୍କ ପ୍ରେମିକ ଚିଟିଂ କରୁଥିବାର ଧରିଛନ୍ତି, ମୁଁ ଧରିଛି। ଯେତେବେଳେ ସେ ନିଦରେ କିଛି କହୁଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ମୁଁ ସେ କଥା ବୁଝିପାରୁନି।

ସେ କହିଛନ୍ତି, ତାଙ୍କ ପ୍ରେମିକ ନିଦରେ କିଛି କହୁଥିବା ଶୁଣିବାକୁ ପାଇଥିଲେ। ପାଖକୁ ଯାଇ ଶୁଣନ୍ତି ତ ତାଙ୍କ ପ୍ରେମିକ ଆଉ ଜଣେ ଯୁବତୀଙ୍କ ନାଁ ନେଉଛନ୍ତି। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ସେହି ରାତିରେ ଉଠି ନିଜ ଫେସ୍‌ବୁକ୍‌ରେ ପ୍ରେମିକ କହିଥିବା ଯୁବତୀଙ୍କ ନାଁ ସର୍ଚ୍ଚ କରିବାରେ ଲାଗିପଡ଼ିଲେ। ତାଙ୍କ ପ୍ରେମିକ ଯେଉଁ ଯୁବତୀଙ୍କ ନାଁ ନେଇଛନ୍ତି ସେ ବିବାହିତ ଏବଂ ତାଙ୍କର ପିଲା ମଧ୍ୟ ଅଛନ୍ତି ଯାହା ତାଙ୍କ ପ୍ରୋଫାଇଲରୁ ଜଣାପଡ଼ିଥିଲା। ସକାଳୁ ପ୍ରେମିକ ଉଠିବା ପରେ ବେଲି ଉକ୍ତ ଯୁବତୀଙ୍କ କିଏ ବୋଲି ପ୍ରେମିକଙ୍କୁ ପଚାରିଥିଲେ। ଏଥିରେ ତାଙ୍କ ପ୍ରେମିକ କହିଥିଲେ ସେ ମୋ ପିଲାଦିନର ସାଙ୍ଗ। ତାଙ୍କୁ ମୁଁ ଜାଣିଛି। ଏହା ବ୍ୟତୀତ ତାଙ୍କ ସହ ମୋ’ର ଅଧିକ କିଛି ସମ୍ପର୍କ ନାହିଁ। କିନ୍ତୁ ଏହି କଥାରେ ପ୍ରେମିକାଙ୍କ ବିଶ୍ୱାସ ହୋଇ ନ ଥିଲା।

ଯେତେବେଳେ ବେଲି ସେହି ଯୁବତୀଙ୍କୁ ମେସେଜ କରି ପଚାରିଥିଲେ ମୋ’ ପ୍ରେମିକଙ୍କ ସହ କଥା ହୋଇଥିଲ? ସେ ଯେଉଁ ପ୍ରତିକ୍ରିୟା ଦେଲେ ତାହା ପୁଣି ବେଲିଙ୍କୁ ଦ୍ୱନ୍ଦ୍ୱରେ ପକାଦେଲା। ସେହି ଯୁବତୀ ଜଣକ ବେଲିଙ୍କୁ କହିଲେ ଏସବୁରେ ମୁଣ୍ଡ ନ ପୂରାଇ ନିଜ କାମରେ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ।

ଏହା ପରେ ବେଲି ତାଙ୍କ ପ୍ରେମିକଙ୍କ କଲ୍‌ ଡିଟେଲସ ଦେଖିଥିଲେ। ଏଥିରୁ ସେ ଜାଣିଥିଲେ ତାଙ୍କ ପ୍ରେମିକ ଏକ ନମ୍ବରରେ ୪୫ ମିନିଟ୍‌ ପର୍ଯ୍ୟନ୍ତ କଥା ହୋଇଛନ୍ତି। ଯେଉଁ ନମ୍ବର ବେଲିଙ୍କୁ ଜଣା ବି ନ ଥିଲା। ଏହି ନମ୍ବର ସମ୍ପର୍କରେ ବେଲି ପ୍ରେମିକଙ୍କୁ ପଚାରିବାରୁ ସେ କହିଥିଲେ ଭୁଲରେ ବୋଧେ କମ୍ପାନୀରୁ କଲ୍‌ ଆସିଥିବ। ପ୍ରେମିକ ଯେତେ ଚାଲାକ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ବେଲିଙ୍କ ଆଗରେ ଧରା ପଡ଼ିଯାଇଥିଲେ। ଏହାପରଠାରୁ ବେଲି ତାଙ୍କ ସହ ବ୍ରେକ୍‌ ଅପ୍‌ କରିଦେଲେ।

Share