Posted inଫୁରସତ

ସେଓରୁ ଚୋପା ଛଡ଼ାଇ ମେଣ୍ଢାକୁ ଏମିତି ଖାଇବାକୁ ଦେଉଛି କୁନି ଝିଅ, ଭିଡିଓ ଦେଖିଲେ …

କଥାରେ ଅଛି, ଗୋଟିଏ ଗୁଳିରେ ଦୁଇଟି ଶିକାର ଅର୍ଥାତ୍‌ ଏକା ସାଙ୍ଗରେ ଦୁଇଟି କାର୍ଯ୍ୟ ହାସଲ କରିବା। ଯାହାଦ୍ୱାରା ସମୟ ଏବଂ ସାମଗ୍ରୀ ଅପଚୟରୁ ରକ୍ଷା ମିଳିଥାଏ। ଠିକ୍‌ ଏମିତି ଏକ କାମ କରି ଜଣେ କୁନି ଝିଅ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

@Buitengebieden ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର ହୋଇଥିବା କୁନିଝିଅର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ ସେଓରୁ ଚୋପା ଛଡ଼ାଇ ପାଖରେ ଠିଆ ହୋଇଥିବା ମେଣ୍ଢା ଛୁଆକୁ ଖାଇବାକୁ ଦେଉଛି। ଚୋପାର ମଧ୍ୟ ସଦ୍‌ବିନିଯୋଗ ହେଉଛି। ସେଓ ଚୋପା ଫିଙ୍ଗା ହୋଇଥାନ୍ତା ମାତ୍ର ଏକ ଜୀବର ପେଟ ପୂରୁଛି। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଝିଅଟି ଏକ ଯନ୍ତ୍ର ସାହାଯ୍ୟରେ ସେଓରୁ ଚୋପା ଛଡ଼ାଉଛି। ପାଖରେ ଠିଆ ହୋଇଥିବା ମେଣ୍ଢାଟି ଆରାମରେ ଖାଇ ଚାଲିଛି।

ଝିଅଟିର ବୁଦ୍ଧି ଯେତିକି ପ୍ରଶଂସାଯୋଗ୍ୟ ଭିଡିଓଟି ଯେତିକି ମଜାଳିଆ ସେତିକି ଶିକ୍ଷଣୀୟ ମଧ୍ୟ। ମଜାଳିଆ ଏଥିପାଇଁ ସେଓର ଚୋପା ଏକ ରୋଲର ଭଳି ମେଶିନରୁ ବାହାରୁଛି। ଚୋପା ଯେତିକି ଗତିରେ ବାହାରୁଛି ମେଣ୍ଢାଟି ଏହାକୁ ପାଟିରେ ସେତିକି ଶୀଘ୍ର ଖାଇଚାଲିଛି। ଯାହା ଦେଖିବାକୁ ବହୁତ ମଜାଳିଆ। ଶିକ୍ଷଣୀୟ ହେଲା ସେଓ ଚୋପାକୁ ଫୋପାଡିବା ପରିବର୍ତ୍ତେ ଏକ ପ୍ରାଣୀ ଖାଇବାକୁ ଦେଇ ଝିଅଟି ଭଲ କାମ କରୁଛି। କାରଣ ଚୋପାରେ ଅଧିକ ପୁଷ୍ଟିକର ଉପାଦାନ ଥାଏ। ଏହି ଅର୍ଥରେ ଏହି ଭିଡିଓଟି ଏକାସାଙ୍ଗରେ ଦୁଇଟି କାର୍ଯ୍ୟ କରାଯିବା ଯଥାର୍ଥ ଅଟେ।

ଲୋକମାନେ ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓଟି ୨.୫ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ଜଣେ ୟୁଜର କହିଛନ୍ତି, ଏହି ଭିଡିଓଟି ତାଙ୍କ ପିଲାଦିନର ସ୍ମୃତିକୁ ଫେରାଇ ଆଣିଛି, ଯେତେବେଳେ ତାଙ୍କ ମା’ ମଧ୍ୟ ତାଙ୍କୁ ଏବଂ ଭଉଣୀଭାଇମାନଙ୍କୁ ସେଓ ଚୋପା ସହିତ ଖାଇବାକୁ ଦେଉଥିଲେ। ଯେତିକି ଶାନ୍ତ ଏବଂ ଧୈର୍ଯ୍ୟର ସହିତ ପିଲାଟି ସେଓରୁ ଚୋପା ଛଡ଼ାଉଥିଲା, ମେଣ୍ଢାଟି ଏହାକୁ ଧୈର୍ଯ୍ୟର ସହ ଖାଉଥିଲା। ଅନେକ ଏଥିରୁ ମଜା ଉଠାଇଥିବା ବେଳେ ଆଉ କିଛି ୟୁଜର ଏହା ଶିକ୍ଷଣୀୟ ବୋଲି ପ୍ରତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri