ପିତାଙ୍କ ସହ ବାଇକ୍‌ରେ ଯାଉଥିଲେ ଝିଅ, ବିଚ୍‌ ରାସ୍ତାରେ ଯୁବକ ଘଟାଇଲେ ଏମିତି କାଣ୍ଡ, ଆଉ ଶେଷରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ନିଜ ପିତାଙ୍କ ସହ ଜଣେ ନାବାଳିକା ଝିଅ ବାଇକ୍‌ରେ ଯାଉଥିବା ସମୟରେ ୨ ଅଜଣା ଯୁବକ ଝିଅ ସହ ଅସଦାଚରଣ କରିଥିଲେ। ଏଥିରେ ନାବାଳିକାଙ୍କ ପିତା ସାହସର ସହ ସେମାନଙ୍କ ପଛରେ ଗୋଡ଼ାଇ ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାଇକ୍‌ ଛାଡ଼ି ଫେରାର ହୋଇଯାଇଥିବା ବେଳେ ଆଉ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହା ଦେଖି ଆଖପାଖ ଲୋକେ ଆସି ଜମା ହୋଇଗଲେ। ପରେ ସେମାନେ ଏହି ଯୁବକକୁ ନିସ୍ତୁକ ପିଟିଛନ୍ତି।


ଶେଷରେ ଲୋକମାନେ ୧୧୨କୁ ଫୋନ୍‌ କରି ଯୁବକଟିକୁ ପୋଲିସ ଜିମା ଦେଇଥିଲେ। ଘଟଣାସ୍ଥଳରେ ଦୁର୍ବୃତ୍ତଙ୍କୁ ମାଡ଼ ମାରିବାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ କେହି ଜଣେ ଛାଡ଼ି ଦେଇଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ନାବାଳିକାଙ୍କ ପିତା ଏ ସମ୍ପର୍କରେ ପୋଲିସ ନିକଟରେ କୌଣସି ଅଭିଯୋଗ କରିନାହାନ୍ତି।

Share