Categories: ଜାତୀୟ

କେରଳରେ ସ୍ୱାଇନ ଫ୍ଲୁ: ଯମଜ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

କୋଝିକୋଡ,୩ ।୬: କେରଳରେ ପାଦ ରଖିଲାଣି ସ୍ୱାଇନ ଫ୍ଲୁ । କୋଝିକୋଡ ଜିଲାରେ ଜଣେ ୧୨ ବର୍ଷୀୟା ବାଳିକାଙ୍କର ଏଚ୧ଏନ୧ ଭୁତାଣୁ ସଂକ୍ରମଣ ଯୋଗୁ ମୃତ୍ୟୁ ହାଇଥିବା କୁହାଯାଉଛି । ଏହାର ସୂଚନା ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ସେ କହିଛନ୍ତି ରବିବାର ଝିଅଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ତାଙ୍କ ନମୁନା ପରୀକ୍ଷା ପରେ ଜଣାପଡିଥିଲା କି ସେ ଏଚ୧ଏନ୧ ଭୂତାଣୁରେ ପଡ଼ିତ ଥିଲେ ।
ତାଙ୍କ ଜାଆଁଳା ଭଉଣୀ ବି ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ଏକ ସରକାରୀ ହସ୍ପିଟାଲରେ କରାଯାଉଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ, ଏବେ ଛୁଟି କଟାଇବାକୁ ଉଭୟ ଭଉଣୀ ପଡୋଶୀ ରାଜ୍ୟକୁ ଯାଇଥିଲେ । ତେବେ ଅନ୍ୟ ଜଣଙ୍କର ସ୍ୱାସ୍ଥ୍ୟ ସାମାନ୍ୟ ଥିବା କୁହାଯାଉଛି । ସୂଚନାଯୋଗ୍ୟ, ଗତ କିଛିବର୍ଷ ହେବ କେରଳରେ ଏଚ୧ଏନ୧ ଭୁତାଣୁ ସଂକ୍ରମଣ ଲାଗାତର ଭାବେ ଦେଖାଯାଉଛି ।

Share