Categories: ଫୁରସତ

ଆଶ୍ଚର୍ଯ୍ୟଜନକ କାମ କଲେ ଯୁବତୀ, ୟୁଜର୍ସ କହିଲେ ହେ ଭଗବାନ!

ଆଜିକାଲି ଲୋକମାନେ ସୃଜନଶୀଳତା ନାମରେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। କେହି କେହି ଆଇସକ୍ରିମରେ ଦୋସା ତିଆରି କରୁଥିବାବେଳେ କେହି କେହି ଚାଉମିନ ମୋମୋସ ତିଆରି କରୁଛନ୍ତି। କୌତୁହଳର ବିଷୟ ହେଉଛି ଏହି ସୃଜନଶୀଳତା କେବଳ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ କରାଯାଉଛି। ନିକଟରେ ଜଣେ ଯୁବତୀ ସେମିତି କିଛି କାମ କରିଛନ୍ତି, ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସାଧାରଣତଃ ଚିପ୍ସ ଖାଇବା ପରେ ଆମେ ତା’ର ଜରିକୁ ଫିଙ୍ଗି ଦେଇଥାଉ। କିନ୍ତୁ ଜଣେ ଯୁବତୀ ଚିପ୍ସ ଜରି ବ୍ୟବହାର କରି ଏକ ଶାଢି ପ୍ରସ୍ତୁତ କରିଛନ୍ତି। ଚିପ୍ସ ଜରିରେ ପ୍ରସ୍ତୁତ ଶାଢି ପିନ୍ଧିଥିବା ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛ।
ଭିଡିଓରେ,ଏକ ସୁଟରେ ଥିବା ଯୁବତୀ ପ୍ରଥମେ ଚିପ୍ସର ଏକ ପ୍ୟାକେଟ ବିଷୟରେ କୁହନ୍ତି ଏବଂ ତା’ପରେ ହଠାତ୍‌ ଚିପ୍ସ ଜରିରେ ତିଆରି ଏକ ଶାଢି ପିନ୍ଧି ବାହାରକୁ ଆସନ୍ତି। ଚିପ୍ସର ପ୍ୟାକେଟଗୁଡ଼ିକୁ ଓଲଟାଇ ତିଆରି କରି ତିଆରି ହୋଇଥିବା ଏହି ଶାଢିଟି ଦେଖିବାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏ ପର୍ଯ୍ୟନ୍ତ ପ୍ରାୟ ୬ ହଜାର ଲୋକ ଏହି ଭିଡିଓ ଦେଖିଛନ୍ତି।

Share