ବାନ୍ଧବୀ, ବୟଫ୍ରେଣ୍ଡଙ୍କୁ ବିବାହ କଲେ ଯୁବତୀ, ଆଉ ତା’ପରେ…

ଏବେ ବିବାହ ଋତୁ ଚାଲିଛି। ନିଆରା ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ସେମିତି ଏକ ସ୍ବତନ୍ତ୍ର ବିବାହ ଆମେରିକାରେ ଅନୁଷ୍ଠିତ ହୋଇଯାଇଛି। ଏଠି ଦୁଇ ନୁହେଁ, ବରଂ ୩ ଜଣଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଛି।
ଜଣେ ଆମେରିକୀୟ ଯୁବତୀ ଉଭୟ ପ୍ରେମିକ ଏବଂ ତାଙ୍କ ମହିଳା ବନ୍ଧୁଙ୍କୁ ବିବାହ କରିଛନ୍ତି। ଯୁବତୀ ଜଣଙ୍କ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଞ୍ଜେଲ ନାମ୍ନୀ ସମ୍ପୃକ୍ତା ଆମେରିକୀୟ ଯୁବତୀ ୨୦୧୮ରେ ଟିଣ୍ଡର ଜରିଆରେ ଟାଇଲର ହେସ ନାମକ ଜଣେ ଯୁବକଙ୍କୁ ଭେଟି ତାଙ୍କୁ ଡେଟିଂ ଆରମ୍ଭ କରିଥିଲେ। ୨୦୧୯ରେ, ସାମ ବିକ ନାମ୍ନୀ ଜଣେ ଯୁବତୀ ଏହି ଦୁହିଁଙ୍କ ପ୍ରେମ ମଧ୍ୟରେ ଏଣ୍ଟ୍ରି କଲେ। ଆଞ୍ଜେଲ ଏବଂ ସାମ କଲେଜ ଦିନରୁ ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ। ପୁନର୍ବାର ସାକ୍ଷାତ ପରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିଣତ ହେଲା। ଆଞ୍ଜେଲ, ଟାଇଲର ଏବଂ ସାମଙ୍କ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ସ୍ଥାପନ ହେଲା ଏବଂ ପରେ ତିନିଜଣ ବିବାହ କଲେ।
ଆରମ୍ଭରେ, ତିନିଜଣଙ୍କର ବହୁତ ଅସୁବିଧା ଥିଲା। ପରସ୍ପର ସହିତ ଈର୍ଷା ଭଳି ସମସ୍ୟା ମଝିରେ ଆସିବାକୁ ଲାଗିଲା। ଏପରି ପରିସ୍ଥିତିରେ, ତିନିଜଣ ଏକାଠି ଏକ ଟାଇମ ଟେବୁଲ ତିଆରି କଲେ, ଯାହା ପରେ ସେମାନଙ୍କ ପାଇଁ ଏକାଠି ରହିବା ଅତ୍ୟନ୍ତ ସହଜ ହେଲା। ମୁଁ କାମକୁ ଗଲେ ଟାଇଲର ଏବଂ ସାମ ଏକତ୍ର ସମୟ ବିତାନ୍ତି। ଟାଇମ ଟେବୁଲ ତିଆରି କରିବା ପରେ ଆମମାନଙ୍କ ସମ୍ପର୍କ ଭଲରେ ଚାଲିଛି ବୋଲି ଆଞ୍ଜେଲ କହିଛନ୍ତି।

Share