Posted inଫୁରସତ

ବାନ୍ଧବୀ, ବୟଫ୍ରେଣ୍ଡଙ୍କୁ ବିବାହ କଲେ ଯୁବତୀ, ଆଉ ତା’ପରେ…

ଏବେ ବିବାହ ଋତୁ ଚାଲିଛି। ନିଆରା ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ସେମିତି ଏକ ସ୍ବତନ୍ତ୍ର ବିବାହ ଆମେରିକାରେ ଅନୁଷ୍ଠିତ ହୋଇଯାଇଛି। ଏଠି ଦୁଇ ନୁହେଁ, ବରଂ ୩ ଜଣଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଛି।
ଜଣେ ଆମେରିକୀୟ ଯୁବତୀ ଉଭୟ ପ୍ରେମିକ ଏବଂ ତାଙ୍କ ମହିଳା ବନ୍ଧୁଙ୍କୁ ବିବାହ କରିଛନ୍ତି। ଯୁବତୀ ଜଣଙ୍କ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଞ୍ଜେଲ ନାମ୍ନୀ ସମ୍ପୃକ୍ତା ଆମେରିକୀୟ ଯୁବତୀ ୨୦୧୮ରେ ଟିଣ୍ଡର ଜରିଆରେ ଟାଇଲର ହେସ ନାମକ ଜଣେ ଯୁବକଙ୍କୁ ଭେଟି ତାଙ୍କୁ ଡେଟିଂ ଆରମ୍ଭ କରିଥିଲେ। ୨୦୧୯ରେ, ସାମ ବିକ ନାମ୍ନୀ ଜଣେ ଯୁବତୀ ଏହି ଦୁହିଁଙ୍କ ପ୍ରେମ ମଧ୍ୟରେ ଏଣ୍ଟ୍ରି କଲେ। ଆଞ୍ଜେଲ ଏବଂ ସାମ କଲେଜ ଦିନରୁ ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ। ପୁନର୍ବାର ସାକ୍ଷାତ ପରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିଣତ ହେଲା। ଆଞ୍ଜେଲ, ଟାଇଲର ଏବଂ ସାମଙ୍କ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ସ୍ଥାପନ ହେଲା ଏବଂ ପରେ ତିନିଜଣ ବିବାହ କଲେ।
ଆରମ୍ଭରେ, ତିନିଜଣଙ୍କର ବହୁତ ଅସୁବିଧା ଥିଲା। ପରସ୍ପର ସହିତ ଈର୍ଷା ଭଳି ସମସ୍ୟା ମଝିରେ ଆସିବାକୁ ଲାଗିଲା। ଏପରି ପରିସ୍ଥିତିରେ, ତିନିଜଣ ଏକାଠି ଏକ ଟାଇମ ଟେବୁଲ ତିଆରି କଲେ, ଯାହା ପରେ ସେମାନଙ୍କ ପାଇଁ ଏକାଠି ରହିବା ଅତ୍ୟନ୍ତ ସହଜ ହେଲା। ମୁଁ କାମକୁ ଗଲେ ଟାଇଲର ଏବଂ ସାମ ଏକତ୍ର ସମୟ ବିତାନ୍ତି। ଟାଇମ ଟେବୁଲ ତିଆରି କରିବା ପରେ ଆମମାନଙ୍କ ସମ୍ପର୍କ ଭଲରେ ଚାଲିଛି ବୋଲି ଆଞ୍ଜେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri