Categories: ଫୁରସତ

ଶାଢ଼ି ପିନ୍ଧି ବ୍ୟାକ୍‌ଫ୍ଲିପ୍‌ ମାରିଲେ ଯୁବତୀ, ଭିଡିଓ ଦେଖିଲେ ଚକିତ ହେବେ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଶାଢ଼ି ପିନ୍ଧିଥିବା ଏହି ଯୁବତୀ ଜଣକ ‘ବ୍ୟାକ୍‌ଫ୍ଲିପ୍‌’ ମାରି ରେକର୍ଡ ସୃଷ୍ଟି କରିଛନ୍ତି। ଲୋକେ ଯୁବତୀଙ୍କ ଏହି ପ୍ରତିଭା ଦେଖି ଖୁବ୍‌ ପ୍ରଶଂସା କରୁଛନ୍ତି। କେହି କେହି ଯୁବତୀଙ୍କୁ ପ୍ରତିଭାର ଶକ୍ତି ବୋଲି କହୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଶାଢ଼ି ପିନ୍ଧିଥିବା ଯୁବତୀ ଜଣକ ବହୁ ‘ବ୍ୟାକଫ୍ଲିପ୍‌’ ମାରୁଛନ୍ତି।
ଏହି ଭିଡିଓକୁ ଟୁଇଟରରେ ଆକାଶ ରାନିସନ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଭିଡିଓଟି ଶେୟାର କରି ସେ କ୍ୟାପ୍‌ଶନ ଲେଖିଛନ୍ତି, ‘ମହିଳାମାନେ ସବୁକିଛି କରିପାରିବେ, ଯାହା ପୁରୁଷମାନେ କରିପାରିବେ। ଏପରିକି ସେମାନେ ପୁରୁଷଙ୍କଠାରୁ ମଧ୍ୟ ଆହୁରି ଭଲ କରିପାରିବେ। ଯିଏ ଶାଢ଼ି ପିନ୍ଧି ଏପରି ବ୍ୟାକ୍‌ଫ୍ଲିପ୍‌ ମାରିଛନ୍ତି ସେ ଶକ୍ତିର ଉତ୍ସ।

ନଭେମ୍ବର ୨୦ରେ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯାହା ଏପର୍ଯ୍ୟନ୍ତ ୧.୭ ମିଲିୟନ ଥର ଦେଖାସରିଲାଣି। ଏପରିକି ଭିଡିଓଟିକୁ ୧.୪ ଲକ୍ଷ ଲୋକ ଶେୟାର ମଧ୍ୟ କରିଛନ୍ତି। ଅନେକ ୟୁଜର ଯୁବତୀଙ୍କ ଏପରି କାର୍ଯ୍ୟଦକ୍ଷତାକୁ ବେଶ୍‌ ପ୍ରଶଂସା କରୁଛନ୍ତି।

Share