Categories: ଫୁରସତ

ଯୁବତୀ ପଚାରୁଥିଲେ ବିବାହ କେବେ ହେବ? ଜୋରଦାର ଚାପୁଡ଼ା ମାରି ମା’ କହିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ସେଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବତୀ ନିଜ ବିବାହ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏହି ସମୟରେ ତାଙ୍କ ମା’ ଯାହା କରୁଛନ୍ତି ତାକୁ ସେ ସାରା ଜୀବନ ଭୁଲି ପାରିବେ ନାହିଁ।

କମ୍ପ୍ୟୁଟର ସାମ୍ନାରେ ଯୁବତୀଜଣଙ୍କ ବସିଛନ୍ତି। ସେ ନିଜ ବିବାହ କେବେ ହେବ ସେ ନେଇ ଫିଲ୍ଟର ବ୍ୟବହାର କରୁଛନ୍ତି। ଏହି ସମୟରେ ତାଙ୍କ ମା’ ତାଙ୍କୁ ଜୋରଦାର ଚାପୁଡ଼ା ମାରୁଛନ୍ତି। କାମ କରିବାକୁ ଆଉ କିଛି ନାହିଁ କି ବୋଲି ସେ ମଧ୍ୟ କରୁଛନ୍ତି। ଯୁବତୀଜଣଙ୍କ ଚାପୁଡ଼ା ଖାଇ କାନ୍ଦ କାନ୍ଦ ହୋଇଯାଉଛନ୍ତି।

ଟୁଇଟରରେ ଏହି ଭିଡିଓ ଶେୟାର କରାଯିବା ପରେ ୨୧ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି। କିଛି ବ୍ୟବହାରକାରୀ ଏଥିରେ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। କେହି କେହି ପିଲାଟି ନିଜ ଭବିଷ୍ୟତ ବିଷୟରେ ଜାଣି ପାରିବନି କି ବୋଲି କହୁଥିବା ବେଳେ କିଛି ଏ ହେଉଛନ୍ତି ଭାରତୀୟ ମା’ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:

Share