Categories: ଜାତୀୟ

ନିଶାସକ୍ତ ଯୁବକଙ୍କ ଠାରୁ ଉଦ୍ଧାର ହେଲେ ୫ ବର୍ଷୀୟା ଝିଅ

ଗୁଆହାଟି, ୧୨।୮: ଆସାମର ଧେମାଜି ଜିଲାରେ ଘର ପାଖରେ ଖେଳୁଥିବା ବେଳେ ୫ ବର୍ଷୀୟା ଝିଅକୁ ଅପହରଣ କରି ନେଇଥିଲେ ଜଣେ ନିଶାଶକ୍ତ ଯୁବକ। ଉକ୍ତ ନାବାଳିକାଙ୍କୁ ଅରୁଣାଞ୍ଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲାର ଏକ ଗାଁରୁ ଉଦ୍ଧାର କରାଯାଇଥିବା ଆସାମ ପୋଲିସ ପକ୍ଷରୁ କୁହାଯାଇଛି।

ନାବାଳିକାର ଉଦ୍ଧାର କାର୍ଯ୍ୟରେ ଅରୁଣାଞ୍ଚଳ ପ୍ରଦେଶ ପୋଲିସ, ସ୍ଥାନୀୟ ବାସୀନ୍ଦା ଓ କିଛି ସଂଗଠନର ସହାୟତା ନିଆଯାଇଥିଲା। ଘର ନିକଟରେ ଖେଳୁଥିବାବେଳେ ବୁଧବାର ସନ୍ଧ୍ୟା ୬ଟାରେ ନିଖୋଜ ହୋଇଯାଇଥିଲା ୫ ବର୍ଷୀୟା ଝିଅ। ବହୁ ଖୋଜା ଖୋଜି ପରେ ଝିଅ ନ ମିଳିବାରୁ ବାପା ମା’ ପହଞ୍ଚିଥିଲେ ପୋଲିସ ପାଖରେ।

ଅର୍ଜୁନ ପେଗୁ ନାମକ ଜଣେ ନିଶାଶକ୍ତ ଯୁବକ ଝିଅକୁ ଅପହରଣ କରି ନେଇଥିଲେ। ମୋବାଇଲ ଟ୍ରାକିଂ ଟେକନୋଲୋଜି ମାଧ୍ୟମରେ ଅଭିଯୁକ୍ତଙ୍କୁ ଖୋଜି ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share