Categories: ଜାତୀୟ

ଗିରୀଶ ମୁର୍ମୁ ଆଇପିୟୁ ଏକ୍ସଟରନାଲ ଅଡିଟର ନିର୍ବାଚିତ

ନୂଆଦିଲ୍ଲୀ, ୨୧।୧୧: ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଜେନେଭାସ୍ଥିତ ଇଣ୍ଟରପାର୍ଲାମେଣ୍ଟାରୀ ୟୁନିୟନ (ଆଇପିୟୁ)ର ଏକ୍ସଟରନାଲ ଅଡିଟର ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ଜନ୍ମିତ ୧୯୮୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ଉକ୍ତ ପଦରେ ୩ ବର୍ଷ ରହିବେ। ସେ ଖୁବ୍‌ଶୀଘ୍ର ସ୍ବିଜରଲାଣ୍ଡର ସୁପ୍ରିମ ଅଡିଟ୍‌ ଇନ୍‌ଷ୍ଟିଚ୍ୟୁଟରୁ ଦାୟିତ୍ୱ ଗ୍ରହଣ କରିବେ। ଆଇପିୟୁର ୨୮୪ତମ ଅଧିବେଶନର ଭର୍ଚୁଆଲ ବୈଠକରେ ତାଙ୍କୁ ନିର୍ବାଚିତ କରାଯାଇଛି। ଆଇପିୟୁ ହେଉଛି ୧୭୯ ଦେଶ ସଦସ୍ୟ ଥିବା ସଂସଦୀୟ ସଂସ୍ଥା। ଏଥିରେ ୧୩ ସହଯୋଗୀ ସଦସ୍ୟ ଅଛନ୍ତି।

Share