ବମ୍ବେ: ହୋଲିରେ ଅଘଟଣ। ଗୋଟିଏ ପଟେ ଯେଉଁଠି ହୋଲିକୁ ନେଇ ସାରା ଦେଶ ଉତ୍ସବମୁଖର ଥିବା ବେଳେ ଏଭଳି ଦିନରେ ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକ ଗିରିଶ ମଲିକଙ୍କ ପୁଅଙ୍କ ମୃତ୍ୟୁ ଘଟିଛି। ରହୁଥିବା କୋଠାର ୫ମ ମହଲାରୁ ଖସିପଡ଼ିବା ହେତୁ ୧୭ ବର୍ଷର ପୁଅ ମନନଙ୍କ ମୃତ୍ୟୁ ଘଟିଛି। ତେବେ ସେ ନିଜେ ଡେଇଁଛନ୍ତି କି ତାଙ୍କ ସହ କିଛି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ିନାହିଁ।
ବମ୍ବେର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଗିରିଶ ରୁହନ୍ତି। ମନନ ହୋଲି ଖେଳିବାକୁ ଯାଇଥିବା ବେଳେ ଦ୍ୱିପ୍ରହରରେ ଘରକୁ ଆସିଥିଲେ। ଅପରାହ୍ନ ୫ଟା ବେଳେ ହଠାତ୍ ସେ ଖସିପଡ଼ିଥିଲେ। ଅଘଟଣ ପରେ ମନନଙ୍କୁ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି।


