ନୂଆଦିଲ୍ଲୀ,୪।୪:ଓ୍ବକ୍ଫ ସଂଶୋଧନ ବିଲ୍କୁ ବିରୋଧ କରୁଥିବା କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ୨୦୧୩ରେ ବିଲ୍ ସଂଶୋଧନ ବେଳେ କଂଗ୍ରେସ କରିଥିବା ଭୁଲ୍କୁ ଓ୍ବକ୍ଫ ସମ୍ପତ୍ତିର ଉପଯୁକ୍ତ ପରିଚାଳନା ସକାଶେ ବର୍ତ୍ତମାନର ଏନ୍ଡିଏ ସରକାର ସୁଧାରୁଛନ୍ତି। କଂଗ୍ରେସ ପାର୍ଟିର ଇତିହାସ ଅନ୍ଧାର ରହିଥିଲା। ୨୦୧୩ରେ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନେ ଲୁଟେନ୍ସ ଦିଲ୍ଲୀରେ ରାତାରାତି ଓ୍ବକ୍ଫକୁ ୧୨୩ ସମ୍ପତ୍ତି ଦେଇଥିଲେ। ଏଥିରୁ ବୁଝାପଡ଼ୁଛି, ତୁଷ୍ଟୀକରଣ ରାଜନୀତିର ସୀମା କିଏ ଉଲ୍ଲଂଘନ କରିଛି। କଂଗ୍ରେସର ଆଚରଣ ବିରାଡ଼ି ୧୦୦ ମୂଷା ଖାଇ ହଜ୍ ଯାତ୍ରାରେ ଯିବା ସଦୃଶ ବୋଲି ଗିରିରାଜ ସମାଲୋଚନା କରିଛନ୍ତି।


