Posted inଜାତୀୟ

‘ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛ’, ଓଓ୍ବାଇସିଙ୍କ ଉପରେ ବର୍ଷିଲେ ଗିରିରାଜ

ନୂଆଦିଲ୍ଲୀ,୨୨।୪: ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ)ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରେ ଖୁବ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ସେ କହିଛନ୍ତି ଓଓ୍ବାଇସି ଦେଶରେ ଆତଙ୍କବାଦୀ ତିଆରି କରୁଛନ୍ତି ଓ ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ୨୧ ଏପ୍ରିଲରେ ଓଓ୍ବାଇସି ମାଫିଆ ଅତିକ ଅହମଦଙ୍କ ହତ୍ୟାକାଣ୍ଡକୁ ନେଇ ବୟାନ ଦେଇଥିଲେ ଓ ଆକ୍ରମଣକାରୀଙ୍କୁ ଆତଙ୍କବାଦୀ ବୋଲି କହିଥିଲେ।

ଗିରିରାଜ ଏଆଇଏମଆଇଏମ ମୁଖ୍ୟଙ୍କୁ ନେଇ ଦେଇଥିବା ବୟାନରେ କହିଛନ୍ତି, ଓଓ୍ବାଇସି ଦେଶରେ ଆତଙ୍କବାଦୀ ସୃଷ୍ଟି କରୁଛନ୍ତି। ଓଓ୍ବାଇସି ଯେତେବେଳେ ବି କହୁଛନ୍ତି ଜହର ଓଗାଳୁଛନ୍ତି। ଦେଶକୁ ବିଭାଜନ କରିବା କଥା କହୁଛନ୍ତି। ନିଜ ଘରକୁ କାହିଁକି ଦେଖୁ ନାହାନ୍ତି। ତାଙ୍କ ଭାଇ କହୁଛନ୍ତି, ୧୫ ମିନିଟ ପୋଲିସ ହଟିଯାଉ ତେବେ ମୁଁ ଦେଶର ହିନ୍ଦୁଙ୍କୁ କହିଦେବି। ସେ ଆହୁରି ମଧ୍ୟ କହିଛନ୍ତି, ହାଇଦ୍ରାବାଦରେ ମୁଣ୍ଡ ଓ ଶରୀରକୁ ଅଲଗା କରିବା କଥା କହିଥିବା ବ୍ୟକ୍ତିଙ୍କୁ ଓଓ୍ବାଇସି ଜେଲରୁ ମୁକ୍ତ କରାଇଛନ୍ତି। ଜିନ୍ନାଙ୍କ କଥା ତାଙ୍କ ପାଟିରେ ଓ ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛନ୍ତି। ସୁଟର୍ସଙ୍କୁ ଗଡସେ କହୁଥିବା ବେଳେ ଅତିକଙ୍କ ଭଳି ଅପରାଧିଙ୍କୁ ଗାନ୍ଧୀ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri