Categories: ଖେଳ

ଗିଲ୍‌ଙ୍କ ଶୁଭ ଶତକ, ଟିମ ଇଣ୍ଡିଆରେ ନିଜ ସ୍ଥାନ ସୁରକ୍ଷିତ କଲେ…

ବିଶାଖାପଟ୍ଟନମ,୪।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପଟ୍ଟନମର ଡକ୍ଟର ଓ୍ବାଇଏସରାଜଶେଖରା ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ମ୍ୟାଚର ତୃତୀୟ ଦିନ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସରେ କୌଣସି ଓ୍ବିକେଟ ନ ହରାଇ ୨୮ରନ ସଂଗ୍ରହ କରିଥିଲା।

ଭାରତୀୟ ଦଳର ୬ ବ୍ୟାଟ୍ସମ୍ୟାନ ୨୧୧ ରନରେ ପାଭିଲିୟନକୁ ଫେରିଥିଲେ। ତେବେ ଶୁଭମାନ ଗିଲ୍‌ ୧୪୭ ବଲରେ ୧୦୪ ରନ ସ୍କୋର କରିବା ପରେ ଆଉଟ ହୋଇଛନ୍ତି। ତାଙ୍କ କ୍ୟାଚ ଶୋଏବ ବଶୀରଙ୍କ ବଲରେ ବେନ ଫକ୍ସ ଧରିଥିଲେ।

ଶୁଭମାନ ଗିଲ୍‌ ତାଙ୍କ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ ସ୍କୋର କରିଛନ୍ତି। ସେ ୧୩୨ବଲରେ ନିଜର ୧୦୦ ରନ ପୂରଣ କରିଥିଲେ। ଏହି ସମୟରେ ସେ ୧୧ ଚୌକା ଓ ଦୁଇଟି ଛକା ମାରିଥିଲେ। ସେ ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ ଏବଂ ତାଙ୍କୁ ଦଳରୁ ହଟାଯିବାର ଆଲୋଚନା ହୋଇଥିଲା, କିନ୍ତୁ ଏହି ଶତକ ସହିତ ସେ ଦଳରେ ନିଜର ସ୍ଥାନ ରକ୍ଷା କରି ସମାଲୋଚକମାନଙ୍କୁ ଚୁପ କରିଦେଇଛନ୍ତି।

Share