କାରାରା,୬।୧୦: ଭାରତ ଅଷ୍ଟ୍ରେଲିଆ ପାଇଁ ୧୬୮ ରନର ଟାର୍ଗେଟ ରଖିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭର ପରେ ୮ ଉଇକେଟ ହରାଇ ୧୬୭ ରନ କରିଥିଲା। ଶୁବମନ ଗିଲ ସର୍ବାଧିକ ୪୬ ରନ କରିଥିଲେ। ଆଡାମ ଜାମ୍ପା ଏବଂ ନାଥନ ଏଲିସ ପ୍ରତ୍ୟେକ ତିନୋଟି ଉଇକେଟ ନେଇଥିଲେ।
ଗିଲଙ୍କ ବ୍ୟତୀତ ଭାରତ ପକ୍ଷରୁ ଆଉ କେହି ଭଲ ପ୍ରଦର୍ଶନ କରି ନ ଥିଲେ। ଅଭିଷେକ ଶର୍ମା ୨୧ ବଲରୁ ୨୮ ରନ କରି ଆଉଟ ହୋଇଥିଲେ, ଯେଉଁଥିରେ ସେ ୩ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଏହା ପରେ ଶୁବମନ ଗିଲ ୩୯ ବଲ ରୁ ୪୬ ରନ କରି ୪ ଚୌକା ଏବଂ ୧ ଛକା ମାରିଥିଲେ। ଶିବମ ଦୁବେ ୧୮ ବଲରୁ ୨୨ ରନ କରି ଆଉଟ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୦ ବଲରୁ ୨୦ ରନ କରି ଦୁଇଟି ଛକା ମାରିଥିଲେ। ତିଲକ ବର୍ମା ୫ ରନ କରି ଏବଂ ଜିତେଶ ଶର୍ମା ୩ ରନ କରି ଆଉଟ ହୋଇଥିଲେ। ୱାଶିଂଟନ ସୁନ୍ଦର ମଧ୍ୟ କେବଳ ୧୨ ରନ କରିପାରିଥିଲେ। ଅର୍ଶଦୀପ ଖାତା ନ ଖୋଲି ପ୍ୟାଭିଲିୟନ ଫେରିଥିଲେ। ଶେଷରେ, ଅକ୍ଷର ପଟେଲ କିଛି ଆକ୍ରମଣାତ୍ମକ ସଟ ଖେଳିଥିଲେ, ୧୧ ବଲରୁ ୨୧ ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ, ନାଥନ ଏଲିସ ଏବଂ ଜାମ୍ପାଙ୍କ ବ୍ୟତୀତ, ଜାଭିୟର ବାର୍ଟଲେଟ ଏବଂ ଷ୍ଟୋଇନିସ ପ୍ରତ୍ୟେକେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
Dharitri – Odisha’s No.1 Odia Daily

