Posted inଖେଳ

ଲକ୍ଷ୍ମଣଙ୍କ କ୍ୟାଚ୍‌ ଛାଡ଼ିବାରୁ ଅବସର ନେଇଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ମହାନ ଉଇକେଟ୍‌କିପରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ଅନ୍ୟତମ। କ୍ରିକେଟ୍‌ରେ ଉଇକେଟ୍‌କିପରଙ୍କ ଭୂମିକାରେ ହୋଇଥିବା ପରିବର୍ତ୍ତନର ସମସ୍ତ ଶ୍ରେୟ ଗିଲ୍‌ଖ୍ରୀଷ୍ଟଙ୍କୁ ଦିଆଯାଏ। କିନ୍ତୁ ଏକଦା ଭଲଫର୍ମରେ ଥିବାବେଳେ ସମସ୍ତଙ୍କୁ ଚକିତ କରି ସେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଯାଇଥିଲେ। ୨୦୦୮ରେ ଆଡିଲେଡ୍‌ରେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‌ ପରେ ଏହି କିମ୍ବଦନ୍ତୀ ଉଇକେଟ୍‌କିପର କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। କୁହାଯାଏ, ସେହି ମ୍ୟାଚ୍‌ରେ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କ ଏକ କ୍ୟାଚ୍‌ ଛାଡ଼ିଥିଲେ ଗିଲଖ୍ରୀଷ୍ଟ। ଆଉ ଏହି କାରଣରୁ ହିଁ ସେ କ୍ରିକେଟ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଅବସରର ନେବାର ଦୀର୍ଘ ୧୨ ବର୍ଷ ପରେ ଏହି କଥାକୁ ସ୍ବୀକାର କରିଛନ୍ତି ନିଜେ ଗିଲ୍‌ଖ୍ରୀଷ୍ଟ। ଏକ ସାକ୍ଷାତ୍‌କାର ଅବସରରେ ୪୮ ବର୍ଷୀୟ ଗିଲଖ୍ରୀଷ୍ଟ କହିଛନ୍ତି, ୨୦୦୦ ମସିହା ପ୍ରାରମ୍ଭରେ ଉଭୟ ଲକ୍ଷ୍ମଣ ଓ ହରଭଜନ ସିଂଙ୍କ ପାଇଁ ଅଷ୍ଟ୍ରେଲିଆ ଟିମ୍‌ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲା। ଭାରତର ଅନ୍ୟବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ଲକ୍ଷ୍ମଣ ଆମ ବିରୋଧରେ ବହୁତ ସ୍କୋର କରୁଥିଲେ। ଏବଂ ପରେ ହରଭଜନ ଆସି ଉଇକେଟ୍‌ ଅକ୍ତିଆର କରୁଥିଲେ। ଯଦି ଟେଷ୍ଟ କ୍ରିକେଟ୍‌ରେ ଲକ୍ଷ୍ମଣଙ୍କ ପରି ବ୍ୟାଟ୍ସମ୍ୟାନଙ୍କ କ୍ୟାଚ୍‌ ଛାଡ଼ୁଛ ତେବେ ଅବସର ନେବା ପାଇଁ ଏହା ଉତ୍ତମ କାରଣ ବୋଲି ମୁଁ ଭାବୁଛି। ଲକ୍ଷ୍ମଣଙ୍କୁ ଅଧିକ ସୁଯୋଗ ଦେଇପାରିବେ ନାହିଁ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୯୯୬ରୁ ୨୦୦୮ ମଧ୍ୟରେ ଅଷ୍ଟ୍ରେଲିଆ ପକ୍ଷରୁ ୯୬ ଟେଷ୍ଟ, ୨୮୭ ଦିନିକିଆ ଓ ୧୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୫,୫୭୦ ଓ ଦିନିକିଆରେ ୯୬୧୯ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri