Categories: ଜାତୀୟ

ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ …

ନୂଆଦିଲ୍ଲୀ, ୨୨।୨ : ବିଭିନ୍ନ ଫାର୍ମା କମ୍ପାନୀଗୁଡ଼ିକ ପକ୍ଷରୁ ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଫାର୍ମା କମ୍ପାନୀଙ୍କ ପକ୍ଷରୁ କୌଣସି ଦାବି ମଧ୍ୟ ଉପସ୍ଥାପନ କରିହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଆୟକର କମ୍ପାନୀଙ୍କ ଦ୍ୱାରା ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାର ପ୍ରଦାନ କାର୍ଯ୍ୟକୁ ଆଇନ ପ୍ରଣୟନ ଦ୍ୱାରା ବନ୍ଦ କରାଯିବା ଆବଶ୍ୟକ।

ତେବେ ଏହାକୁ ନେଇ ଫାର୍ମ କମ୍ପାନୀଗୁଡ଼ିକ ଆୟକର ଧାରା ୩୭-୧ ଅନ୍ତର୍ଗତ ଆୟକର ରିହାତି ଦାବି କରିପାରିବେ ନାହିଁ। ଏକ ମାମଲାର ବିଚାର କରି ବିଚାରପତି ଉଦୟ ରମେଶ ଲଳିତ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିିଛନ୍ତି।

ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଅନୁସାରେ ଏହା ସ୍ପଷ୍ଟ ହୋଇଛି ଯେ ଫାର୍ମା ଏବଂ ସହଯୋଗୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରୋତ୍ସାହନ ବଣ୍ଟନ ପାଇଁ ଡାକ୍ତରମାନଙ୍କ ଲାଗି ହେଉଥିବା ଖର୍ଚ୍ଚ ଆୟକର ଧାରା ୩୭-୧ ଅନ୍ତର୍ଭୁକ୍ତ ନୁହେଁ। ଆପେକ୍ସ ଲାବୋରେଟୋରୀସ ପ୍ରାଇଭେଟ ପାଇଁ ଏନେଇ ଏକ ନୋଟିସ ଜାରି କରାଯାଇଛି। କମ୍ପାନୀ ପକ୍ଷରୁ ୪,୭୨,୯୧,୧୫୯ ଟଙ୍କାର ଖର୍ଚ୍ଚ କାହିଁକି ଆତିଥ୍ୟ, ସମ୍ମିଳନୀ ଫି, ସୁନା ମୁଦ୍ରା, ଏଲସିଡ଼ି ଟିଭି, ଫ୍ରିଜ, ଲାପଟପ ଇତ୍ୟାଦି ଉପହାର ଦେବା ପାଇଁ ଖର୍ଚ୍ଚ ହୋଇଛି ତାହା ବ୍ୟାଖ୍ୟା କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ସପ୍ଲିମେଣ୍ଟ ‘ଜିନକୋଭିଟ’ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଡାକ୍ତରମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ମୋଟ ଆୟରେ ଯୋଗ କରାଯିବା ଅନୁଚିତ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି।

ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାର ଅପରାଧ ଶ୍ରେଣୀଭୁକ୍ତ ହୋଇନପାରେ। ଏନେଇ ଆଇନ ଦ୍ୱାରା ନିଷିଦ୍ଧ ଶବ୍ଦ ବ୍ୟବହାର କରା ଯାଇପାରେ ବୋଲି ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଛିି।

Share