Categories: ଫୁରସତ

ବନ୍ଧୁତ୍ୱ ଦିବସରେ ଦିଅନ୍ତୁ ଏମିତି ଉପହାର, ସମ୍ପର୍କ ହେବ ଆହୁରି ନିବିଡ଼

ବନ୍ଧୁ ଏମିତି ଏକ ଶବ୍ଦ ଯାହାର ତୁଳନା ନାହିଁ। ଜଣେ ବନ୍ଧୁ ହିଁ ସୁଖଦୁଃଖ ସବୁ ପରିସ୍ଥିତିରେ ପାଖରେ ଠିଆ ହୋଇଥାନ୍ତି। ଏହି ବନ୍ଧୁତାକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ଫ୍ରେଣ୍ଡ୍‌ସିପ୍‌ ଡେ’ ବା ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ତେବେ ଏହି ଦିନରେ ନିଜର ପ୍ରିୟ ବନ୍ଧୁଙ୍କୁ କ’ଣ ଉପହାର ଦେବେ ଜାଣନ୍ତୁ ଏ ସମ୍ପର୍କରେ…


ଏହି ଦିନରେ ବଜାରରୁ କୌଣସି ଗିଫ୍ଟ ବା ଉପହାର କିଣି ଦେବା ଅପେକ୍ଷା ନିଜ ହାତ ତିଆରି ଉପହାର ବନ୍ଧୁଙ୍କୁ ଦିଅନ୍ତୁ। ଏହା ଦ୍ୱାରା ସମ୍ପର୍କ ଆହୁରି ନିବିଡ଼ ହେବ।

ବନ୍ଧୁଙ୍କ ମନ ଲାଖି ଉପହାର ଦେବାକୁ ଆଦୌ ଭୁଲନ୍ତୁ ନାହିଁ। ତାଙ୍କୁ କେମିତି ଜିନିଷ ପସନ୍ଦ। ସେମିତି ଉପହାର ଦିଅନ୍ତୁ।

ଆପଣଙ୍କ ଆଉ ବନ୍ଧୁଙ୍କ ଫଟୋ ଥିବା ଉପହାର ଦିଅନ୍ତୁ। ଏହା ଦ୍ୱାରା ବନ୍ଧୁ ଆହୁରି ଖୁସିବ୍ୟକ୍ତ କରିବେ।

ଆପଣ ଚାହିଁଲେ ବନ୍ଧୁଙ୍କୁ ହଳଦିଆ ରଙ୍ଗର ଗୋଲାପ ଦେଇପାରିବେ। ଏହି ଗୋଲାପ ବନ୍ଧୁତାକୁ ଆହୁରି ସୁଦୃଢ଼ କରିଥାଏ।

ଟେଡିବିୟର ମଧ୍ୟ ଦେଇପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କ ବନ୍ଧୁ ପରଫ୍ୟୁମ୍‌ ପ୍ରିୟ ତେବେ ଏହା ଦେବାକୁ ଭୁଲନ୍ତୁ ନାହିଁ।

ଏହି ଖାସ୍‌ ଦିନରେ ଛୋଟ ଚାରା ଗଛ ବନ୍ଧୁଙ୍କୁ ପ୍ରଦାନ କରନ୍ତୁ। ଯାହା ସବୁଠୁ ବଡ଼ ଉପହାରଟିଏ।

Share