Categories: ଜାତୀୟ

ଭଡ଼ାଘରେ ରହୁଥିବା ଲୋକଙ୍କୁ ଉପହାର, ଏଗ୍ରିମେଣ୍ଟ ଷ୍ଟାମ୍ପ୍‌ ଡ୍ୟୁଟି ଛାଡ କରିବେ ଯୋଗୀ ସରକାର…

ଲକ୍ଷ୍ନୌ, ୧୬।୭ : ଉତ୍ତରପ୍ରଦେଶରେ ଭଡ଼ାଘରେ ରହୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହାର ଦେବାକୁ ଯାଉଛନ୍ତି। ୧୦ ହଜାର ପର୍ଯ୍ୟନ୍ତ ଘରଭଡ଼ା ଦେଉଥିବା ଲୋକଙ୍କ ଏଗ୍ରିମେଣ୍ଟରେ ବାର୍ଷିକ ୨୦୦ ଟଙ୍କାର ଛାଡ ପ୍ରଦାନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ଯଦିଓ ସରକାର ଏପର୍ଯ୍ୟନ୍ତ ଏନେଇ କୌଣସି ଘୋଷଣା କରିନାହାଁନ୍ତି, କିନ୍ତୁ ଏହି ଶୁଳ୍କ ଛାଡ କରିବାକୁ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂତ୍ରରୁ ପ୍ରକାଶ। ଉତ୍ତରପ୍ରଦେଶ ସହରୀ ପ୍ରିମିୟର୍ସ ଟେନିସି ରେଗୁଲେଶନ ଅର୍ଡିନାନ୍ସ -୨୦୨୧ ଅନୁସାରେ ଭଡାଘର ଦେବା ଏବଂ ଭଡ଼ା ରହିବା ପାଇଁ ଏକ ଏଗ୍ରିମେଣ୍ଟ କରିବା ବାଧ୍ୟତାମୂଳକ କରାଯାଇଛି। ଷ୍ଟାମ୍ପ ଡ୍ୟୁଟି ଯାଗୁ କିଛି ଲୋକ ଏଗ୍ରିମେଣ୍ଟ କରିବାକୁ ଚାହୁଁ ନଥିଲେ। ଏହାକୁ ଆଧାର କରି ଷ୍ଟାମ୍ପ ଏବଂ ପଞ୍ଜୀକରଣ ବିଭାଗ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି।

ଯଦି ଏଗ୍ରିମେଣ୍ଟ ପୁଣି ଏକ ବର୍ଷ ପାଇଁ ହୁଏ ତେବେ ଏକ ବର୍ଷର ଅବଧି ପରେ ପ୍ରସ୍ତାବିତ ଛାଡ ପ୍ରଦାନ କରାଯିବ। ବଡ ବିଲଡିଂ, ବାଣିଜି୍ୟକ କୋଠା କିମ୍ବା ପୁରୁଣା କ୍ଷେତ୍ରରେ ଏହି ଛାଡ ଦିଆଯିବ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହି ଛାଡ ଛଅ ମାସ ପାଇଁ ଦିଆଯିବ। ଏହି ଅବଧିରେ ଏହାର ଲାଭ ଦେଖିବା ପରେ, ଏହାକୁ ଆଗକୁ ବୃଦ୍ଧି କରାଯିବ। ଯେଉଁଠାରେ ଭଡା ଦଶ ହଜାର ଟଙ୍କାରୁ ଅଧିକ, ଏହି କ୍ଷେତ୍ରରେ ଏହି ସୁବିଧା ଦିଆଯିବ ନାହିଁ। ସେମାନଙ୍କଠାରୁ ହଜାରେ ଟଙ୍କା ୨୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯିବ। ଯଦି ଏହି ଭଡା ୨୦,୦୦୦ଟଙ୍କା ତେବେ ଚୁକ୍ତିନାମା କରିବା ପାଇଁ ବାର୍ଷିକ ୪୦୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯିବ।

Share