Categories: ଜାତୀୟ

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଉପହାର: ଛୁଟି ବଦଳରେ ମିଳିବ ନଗଦ ଟଙ୍କା

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଉପହାର ଘୋଷଣା କରିଛନ୍ତି। ଛୁଟି ବଦଳରେ କର୍ମଚାରୀଙ୍କୁ ନଗଦ ଟଙ୍କା ପ୍ରଦାନ କରାଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସୂଚନା ଦେଇଛନ୍ତି। ଏହା ସହିତ ସମସ୍ତ କର୍ମଚାରୀଙ୍କୁ ପାର୍ବଣ ଋତୁରେ ୧୦ ହଜାର ଟଙ୍କା ଅଗ୍ରୀମ ଦିଆଯିବ। ଏଲ୍‌ଟିିସି ଭାଉଚର ଯୋଜନା ଅନ୍ତର୍ଗତ କର୍ମଚାରୀଙ୍କୁ ଛୁଟି ବଦଳରେ ଟଙ୍କା ଦିଆଯିବ। ୨୦୨୧ ମାର୍ଚ୍ଚ ୩୧ ପୂର୍ବରୁ କର୍ମଚାରୀଙ୍କୁ ଏସମ୍ପର୍କରେ ଜଣାଇବାକୁ ପଡ଼ିବ। ଏଲ୍‌ଟିସି ଅନ୍ତର୍ଗତ ପ୍ରତି ୪ ବର୍ଷରେ ସରକାର କର୍ମଚାରୀଙ୍କୁ ଭ୍ରମଣ ଲାଗି ଆବଶ୍ୟକ ଟଙ୍କା ଦେଇଥାନ୍ତି। ତେବେ ଚଳିତ ବର୍ଷ ଏହା ବଦଳରେ ନଗଦ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ମୋଟ ୫,୬୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହିତ ସାର୍ବଜନୀକ ଉପକ୍ରମ ଏବଂ ବ୍ୟାଙ୍କକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯,୦୦କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଉଛି।

Share