୩୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ସ୍କ୍ରାପ୍‌ ହାତୀ

ବ୍ରହ୍ମପୁର,୧।୧୦(ସ୍ମୃତି ରଞ୍ଜନ ମହାଲିକ)ଦକ୍ଷତା ବିକାଶ କ୍ଷେତ୍ରରେ ବ୍ରହ୍ମପୁର ଶିଳ୍ପ ତାଲିମ ବୈଷୟିକ ଅନୁ୍‌ଷ୍ଠାନ (ଆଇଟିଆଇ) ସର୍ବଦା ଆଗରେ ରହିଆସିଛି। ବର୍ଜ୍ୟବସ୍ତୁ ଓ ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ଆଇଟିଆଇ ସବୁବେଳେ ସମାଜକୁ ସଚେତନତାର ବାର୍ତ୍ତା ପହଞ୍ଚାଇଛି। ବର୍ତ୍ତମାନ ଆଇଟିଆଇ ପୁଣି ଥରେ ନିଆରା ପ୍ରତିକୃତି ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର ଉପରେ ସଚେତନତା ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଆଇଟିଆଇ ପକ୍ଷରୁ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ ହଜାର ପ୍ଲାଷ୍ଟିକ ବୋତଲ ସଂଗ୍ରହ କରାଯାଇଛି। ସୂଚନା ମୁତାବକ, ଆଇଟିଆଇର ଫିଟର, ଏଗ୍ରିକଲଚର ମେସିନାରୀ ଛାତ୍ରୀଛାତ୍ରଙ୍କ ପକ୍ଷରୁ ପ୍ରଥମେ ସ୍କ୍ରାପ, ଲୁହା ରଡରେ ଏକ ବିଶାଳକାୟ ହାତୀର ପ୍ରତିକୃତି ନିର୍ମାଣ କରାଯାଇଥିଲା। ସ୍କ୍ରାପରେ ନିର୍ମିତ ହୋଇଥିବା ହାତୀ ପ୍ରତିକୃତିରେ ପ୍ଲାଷ୍ଟିକ ବୋତଲ ଭରି କରାଯାଇଛି।

ଏହା ଉପରେ ପ୍ଲାଷ୍ଟିକ ଜାଲି ଆଚ୍ଛାଦିତ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ୧୦ରୁ ୧୫ ଦିନ ସମୟ ଲାଗିଛି। ଏହି ହାତୀର ଉଚ୍ଚତା ୨୨ ଫୁଟ, ଲମ୍ବ ୨୪ ଫୁଟ ଓ ଓସାର ୬.୬ ଫୁଟ ରହିଛି। ଏହି ହାତୀ ପ୍ରତିକୃତିକୁ ଆଇଟିଆଇର ମୁକ୍ତାକାଶ ସ୍କ୍ରାପ ପାର୍କରେ ରଖାଯିବ। ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ବଚ୍ଛତା ହିଁ ସେବା ମିଶନ ଅବସରରେ ଏହି ସ୍କ୍ରାପ ହାତୀକୁ ଉଦଘାଟନ କରାଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ଲାଷ୍ଟିକର ବହୁଳ ବ୍ୟବହାର କାରଣରୁ ପରିବେଶ ପ୍ରଦୂଷିତ ହେଉଛି। ବିଶେଷଜ୍ଞମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରରୁ ଦୂରେଇ ରହିବା ପାଇଁ ମତ ଦେଇଛନ୍ତି। ଆଇଟିଆଇ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ସର୍ବସାଧାରଣଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri