ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର ଅଜଗର ସାପକୁ ବନବିଭାଗ ଉଦ୍ଧାର କରିଛି।
ବନବିଭାଗ ପାରା ଷ୍ଟାଫ୍‌ ଏମ୍‌ଡି ଓ୍ବାସିମଙ୍କ ନେତୃତ୍ୱରେ ପାରା ଷ୍ଟାଫ୍‌ ଭରତ ଚନ୍ଦ୍ର ନାଏକ ଓ କାର୍ତ୍ତିକ ମହାନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଉଦ୍ଧାର ପରେ ଅଜଗରଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ରେଞ୍ଜର ଆର୍ତ୍ତତ୍ରାଣ ମିର୍ଦ୍ଧା କହିଛନ୍ତି।

Dharitri – Odisha’s No.1 Odia Daily

Share