Categories: ଖେଳ

ଜିଆନ୍‌ଲୁଗି ବଫନଙ୍କ ଅବସର

ପାର୍ମା,୩ା୮(ପି.ଟି.): ଇଟାଲୀ ଦଳର ବିଶ୍ୱ ବିଜୟୀ ଗୋଲକିପର ତଥା ଜୁଭେଣ୍ଟସ ପକ୍ଷରୁ ଦୀର୍ଘ ବର୍ଷ ଧରି ଖେଳିଥିବା ଜିଆନ୍‌ଲୁଗି ବଫନ ୪୫ ବର୍ଷ ବୟସରେ କ୍ଲବ୍‌ ଫୁଟବଲରୁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱର ଶ୍ରେଷ୍ଠ ଗୋଲକିପର ଭାବରେ ପରିଗଣିତ ହେଉଥିବା ବଫନ ବୁଧବାର ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେରୀ ବିରେ ପାର୍ମା ପକ୍ଷରୁ ଖଳୁଥିବା ବେଳେ ତାଙ୍କ ଚୁକ୍ତି ଆହୁରି ଏକ ବର୍ଷ ବୈଧ ରହିଛି। ୩ ବର୍ଷ ପୂର୍ବରୁ ଅନ୍ତର୍ଜାତୀୟ ଫୁଟବଲରୁ ବଫନ ଅବସର ଗ୍ରହଣ କରିଥିଲେ। ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ସେ ନିଜର ଅବସର ଘୋଷଣା କରିଥିଲେ। ଫ୍ୟାନ ମାନେ ମୋତେ ସବୁକିଛି ପ୍ରଦାନ କରିଛନ୍ତି, ମୁଁ ମଧ୍ୟ ଫ୍ୟାନ୍‌ ମାନଙ୍କୁ ମୋର ସବୁକିଛି ଦେଇଛି। ବର୍ତ୍ତମାନ ଏହା ଶେଷ ହେଲା ବୋଲି ସେ ପୋଷ୍ଟ କରିଥିଲେ

Share