ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁ ବରବାଦ ହୋଇଥିଲା କ୍ୟାରିୟର, ଏବେ ବିଗ୍‌ବସ୍‌ରେ ନଜର ଆସିବେ ‘ଗୋପି ବହୁ’

ବମ୍ବେ: ପୁଣିଥରେ ଟେଲି ପରଦାକୁ ଫେରୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଜିୟା ମାନେକ। ଷ୍ଟାରପ୍ଲସରେ ପ୍ରସାରିତ ‘ସାଥ ନିଭାନା ସାଥିୟା’ରେ ମୁଖ୍ୟ ଅଭିନେତ୍ରୀ ଭାବେ ସେ ନଜର ଆସୁଥିଲେ। ହେଲେ ହଠାତ୍‌ ତାଙ୍କର ନିଷ୍ପତ୍ତି ସବୁକିଛି ବରବାଦ କରିଦେଇଥିଲା। ଦର୍ଶକଙ୍କ ମଧ୍ୟରେ ‘ଗୋପି ବହୁ’ ନାମରେ ପରିଚିତ ଜିୟା କିଛି ଦିନ ତଳେ ଏକ ଭାଇରାଲ ଭିଡିଓକୁ ନେଇ ଆଉ ଥରେ ଚର୍ଚ୍ଚାର ପରିସରକୁ ଆସଛନ୍ତି। ଉକ୍ତ ଧାରାବାହିକର ଏକ ଦୃଶ୍ୟ ‘ରସୋଡେ ମେ କୌନ ଥା’ର ମେମେ ଭାଇରାଲ ହେଉଛି।

ଜିୟାଙ୍କ ଅଭିନୟ ଯାତ୍ରାକୁ ଦେଖିଲେ ସେ ‘ସାଥ ନିଭାନା ସାଥିୟା’ରୁ ଟେଲିଭିଜନ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ରେ ସେ ଧାରାବାହିକ ପାଇଁ କାମ କରିବା ଆରମ୍ଭ କରିଥିଲେ। ଏହାର କିଛି ଦିନ ମଧ୍ୟରେ ନିଜର ଅଭିନୟରେ ସେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। ମାତ୍ର ୨୦୧୨ରେ କଲର୍ସରେ ପ୍ରସାରିତ ‘ଝଲକ ଦିଖଲାଜା’ରେ ପ୍ରତିଯୋଗୀ ଭାବେ ଯୋଗ ଦେବାକୁ ସେ ମନ ବଳାଇଥିଲେ। ଏହାଜାଣିବା ପରେ ତାଙ୍କୁ ଧାରାବାହିକରୁ ବାହାର କରାଯାଇଥିଲା। ତାଙ୍କ ସ୍ଥାନ ନେଇଥିଲେ ଦେବୋଲିନା ଭଟ୍ଟାଚାର୍ଯ୍ୟ।

ଜିୟାଙ୍କ ପାଇଁ ସବୁକିଛି ଶେଷ ହୋଇଯିବା ଭଳି ହୋଇଥିଲା। ସେ ଝଲକ ଦିଖଲାଜାର ବିଜେତା ହୋଇପାରି ନ ଥିଲେ। ଏପରିକି ତାଙ୍କୁ ଅନ୍ୟ ଶୋ’ର ଅଫର ମିଳି ନ ଥିଲା। ଇତି ମଧ୍ୟରେ ୮ ବର୍ଷ ବିତିସାରିଛି। ଏବେ ଜିୟା ପୁଣି ଫେରୁଛନ୍ତି। ଚଳିତ ଥର ବିଗ୍‌ବସ୍‌-୧୪ରେ ସେ ପ୍ରତିଯୋଗୀ ଭାବେ ଭାଗ ନେବେ ବୋଲି ଜଣାପଡ଼ିଛି। ଏହାକୁ ନେଇ ସେ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri