ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର ଦିବସ ପାଳନ ନେଇ ଆଲୋଚନା କରାଯାଇଥିଲା। ସାରା ଓଡ଼ିଶାରେ ଘୁମୁସର ଦିବସ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ।
ଘୁମୁସର ଦିବସ ପାଳନ ପାଇଁ ଘୁମୁସରର ପ୍ରତ୍ୟେକ ସାଂସ୍କୃତିକ, ସାହିତ୍ୟ, ଐତିହାସିକ, ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି। ୧୧ ତାରିଖ ଘୁମୁସର ଦିବସ ପୂର୍ବରୁ ଆସନ୍ତା ୯ ତାରିଖରେ ପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବାକୁ ମଧ୍ୟ ସ୍ଥିର ହୋଇଛି। ଗତକାଲିର ଆଲୋଚନାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ସୁଶାନ୍ତ ପାତ୍ର, ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା ଓ ସୁରେନ୍ଦ୍ର ବେହେରା ପ୍ରମୁଖ ଭାଗ ନେଇଥିଲେ।