ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ ମାଝୀ ମଞ୍ଚ। ମଞ୍ଚ ପ୍ରସ୍ତୁତି କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ୍ଚର ୧୫ ଜଣ ଛାତ୍ରଛାତ୍ରୀ ପଚିଶ ଦିନ ପରିଶ୍ରମ କରି ଏହା ପ୍ରସ୍ତୁତ କରିଛନ୍ତି । ମଞ୍ଚ ପ୍ରସ୍ତୁତ କମିଟିର ଉପଦେଷ୍ଟା ତଥା ସ୍ଥାନୀୟ ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, କଲେଜ ଅଧ୍ୟକ୍ଷ ତଥା ମଞ୍ଚ ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଚିଣ୍ଟୁ ନାଏକ, ଆବାହକ ରଘୁନାଥ ଠାକୁର, ଥବିର ପ୍ରସାଦ ଯାଦବ, ସସ୍ମିତା ପଟେଲ, ଶୁଭମ ଦାସ, ସଂଗ୍ରାମ ସରାଫ, ଯୋଗେନ୍ଦ୍ର ରାଉତ, ରୁକତା ମାଝୀ, ଶ୍ରୀଧର ରାଉତ, ଶୁଭପ୍ରିୟା ବେଜ, ଲିପିକା ମିର୍ଦ୍ଧା, ବିଜନ ରେଡ୍ଡୀ ପ୍ରମୁଖଙ୍କ ଉଦ୍ୟମରେ ଏଥର ପ୍ରକୃତି ସୁରକ୍ଷା ଓ ବର୍ଜ୍ୟବସ୍ତୁର ସଠିକ ଉପଯୋଗ କରି ମଞ୍ଚ ପ୍ରସ୍ତୁତ କରାଯାଇଛି।

ବିଶେଷ କରି କଳାହାଣ୍ଡିର ଲୋକନୃତ୍ୟ, ଲୋକବାଦ୍ୟ, ଆଦିବାସୀ ଜୀବନ ଚଳଣିକୁ ଦୃଶାୟିତ କରିବାକୁ ଯାଇ ପାଳନଡା, ବାଉଁଶ, ସୁତୁଲି, ଅଖାବସ୍ତାକୁ ବ୍ୟବହାର କରି ଘୁମୁରା, ନିଶାନ, ଢୋଲ, ମହୁରି, ଢାପ ଆଦି ସ୍ଥାନିତ କରାଯାଇଛି । ମଞ୍ଚରେ ଆରାଧ୍ୟ ଭାବେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ବରୀଙ୍କୁ ସ୍ଥାପିତ କରାଯାଇଛି । ବର୍ଜ୍ୟବସ୍ତୁର ଉପଯୋଗିତା, ପରିବେଶ ସନ୍ତୁଳନ ସହିତ ଜିଲାର ବିବିଧ କଳାକୃତୀକୁ ସ୍ଥାନିତ କରିବା ଓ ଗବେଷକଙ୍କ ପାଇଁ ଏ ମଞ୍ଚ ଅନେକ ଖୋରାକ ଯୋଗାଇବ ବୋଲି ଆଲୋଚନା ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶତକ ମାରିବା ପରେ ବ୍ୟାଟ୍‌ ଉଠାଇ ସିଟି ମାରିଲେ କେ ଏଲ୍‌ ରାହୁଲ? ସେଲିବ୍ରେଶନ ପଛର କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୪।୧: ଯେତେବେଳେ ଟିମ ଇଣ୍ଡିଆ ବ୍ୟାକଫୁଟ୍‌ରେ ଥାଏ ଅର୍ଥାତ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟସ ଅୟରଙ୍କ ଭଳି ବଡ଼ ବଡ଼...

ମହାଆଡ଼ମ୍ବରରେ କୁଶୁର୍ଲାରେ ଆରମ୍ଭ ହେଲା ମକର ମେଳା, ମକର ଚାଉଳ ପାଇ…

କର୍ଲାମୁଣ୍ଡା,୧୪।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ଗ୍ରାମ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠରେ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା,...

ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲା: ବଡ ଖୁଲାସା କଲା ସିଙ୍ଗାପୁର ପୋଲିସ

ନୂଆଦିଲ୍ଲୀ,୧୪।୧: ଲୋକପ୍ରିୟ ଆସାମୀ ସଙ୍ଗୀତଶିଳ୍ପୀ ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ସିଙ୍ଗାପୁର କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ସିଙ୍ଗାପୁର ପୋଲିସର ତଦନ୍ତ ଅନୁସାରେ, ଜୁବିନ୍‌ଙ୍କ...

୨୦ କେଜିର ଗଞ୍ଜେଇ ଜବତ କଲା ପାଟପୁର ପୋଲିସ, ନୂଆଦିଲ୍ଲୀର ଦୁଇ ଯୁବକ ଗିରଫ

ଦିଗପହଣ୍ଡି,୧୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରୁ ବୁଧବାର ସକାଳେ ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ...

ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ଜରୁରୀ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ,୧୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ପୁଣି ଥରେ ଏକ ବଡ଼ ବୟାନ ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ, ଆମେରିକାର ଜାତୀୟ...

ମିଲର୍ସଙ୍କ ମନମାନି ପାଇଁ ଚାଷୀ ଖର୍ଚ୍ଚରେ ଯାଉଛି ଧାନ, ମଣ୍ଡି ପରିଦର୍ଶନ କଲେ ସମବାୟ ଉପନିବନ୍ଧକ

କୁନ୍ଦୁରା, ,୧୪।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧୀନରେ ଚାଲିଥିବା ଖରିଫ ମଣ୍ଡି ପରିଦର୍ଶନ କରିଛନ୍ତି ଡିଆରସିଏସ । ଚଳିତ ଖରିଫ ଋତୁରେ ଦେଖିବାକୁ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

ଲୋକଙ୍କ ସୁଖଦୁଃଖ ସମୀକ୍ଷା କଲେ ଛାତ୍ରୀଛାତ୍ର, ଶୀତକାଳୀନ ସ୍ଵତନ୍ତ୍ର ସେବା…

ଭଞ୍ଜନଗର,୧୪/୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri