ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ ମାଝୀ ମଞ୍ଚ। ମଞ୍ଚ ପ୍ରସ୍ତୁତି କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ୍ଚର ୧୫ ଜଣ ଛାତ୍ରଛାତ୍ରୀ ପଚିଶ ଦିନ ପରିଶ୍ରମ କରି ଏହା ପ୍ରସ୍ତୁତ କରିଛନ୍ତି । ମଞ୍ଚ ପ୍ରସ୍ତୁତ କମିଟିର ଉପଦେଷ୍ଟା ତଥା ସ୍ଥାନୀୟ ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, କଲେଜ ଅଧ୍ୟକ୍ଷ ତଥା ମଞ୍ଚ ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଚିଣ୍ଟୁ ନାଏକ, ଆବାହକ ରଘୁନାଥ ଠାକୁର, ଥବିର ପ୍ରସାଦ ଯାଦବ, ସସ୍ମିତା ପଟେଲ, ଶୁଭମ ଦାସ, ସଂଗ୍ରାମ ସରାଫ, ଯୋଗେନ୍ଦ୍ର ରାଉତ, ରୁକତା ମାଝୀ, ଶ୍ରୀଧର ରାଉତ, ଶୁଭପ୍ରିୟା ବେଜ, ଲିପିକା ମିର୍ଦ୍ଧା, ବିଜନ ରେଡ୍ଡୀ ପ୍ରମୁଖଙ୍କ ଉଦ୍ୟମରେ ଏଥର ପ୍ରକୃତି ସୁରକ୍ଷା ଓ ବର୍ଜ୍ୟବସ୍ତୁର ସଠିକ ଉପଯୋଗ କରି ମଞ୍ଚ ପ୍ରସ୍ତୁତ କରାଯାଇଛି।

ବିଶେଷ କରି କଳାହାଣ୍ଡିର ଲୋକନୃତ୍ୟ, ଲୋକବାଦ୍ୟ, ଆଦିବାସୀ ଜୀବନ ଚଳଣିକୁ ଦୃଶାୟିତ କରିବାକୁ ଯାଇ ପାଳନଡା, ବାଉଁଶ, ସୁତୁଲି, ଅଖାବସ୍ତାକୁ ବ୍ୟବହାର କରି ଘୁମୁରା, ନିଶାନ, ଢୋଲ, ମହୁରି, ଢାପ ଆଦି ସ୍ଥାନିତ କରାଯାଇଛି । ମଞ୍ଚରେ ଆରାଧ୍ୟ ଭାବେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ବରୀଙ୍କୁ ସ୍ଥାପିତ କରାଯାଇଛି । ବର୍ଜ୍ୟବସ୍ତୁର ଉପଯୋଗିତା, ପରିବେଶ ସନ୍ତୁଳନ ସହିତ ଜିଲାର ବିବିଧ କଳାକୃତୀକୁ ସ୍ଥାନିତ କରିବା ଓ ଗବେଷକଙ୍କ ପାଇଁ ଏ ମଞ୍ଚ ଅନେକ ଖୋରାକ ଯୋଗାଇବ ବୋଲି ଆଲୋଚନା ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଇପଦା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩…..

ଜି.ଉଦୟଗିରି,୪ା୩(ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଠାରୁ କଳିଙ୍ଗା ରାଜ୍ୟ ରାଜପଥ ରାଇପଦା ଦୀର୍ଘ ବୁଲାଣି ଠାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି ।…

ଜିତିବାର କିଛି ଗ୍ୟାରେଣ୍ଟି ନାହିଁ…ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପୂର୍ବରୁ ଏମିତି କହିଲେ ଟିମ୍‌ ଇଣ୍ଡିଆ କୋଚ୍‌?

ମୁମ୍ବାଇ,୪।୩: T୨୦ ବିଶ୍ୱକପ ୨୦୨୬ର ହାଇଭୋଲଟେଜ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ବୋଲିଂ…

କାଳ ହେଲା ହୋଲି, ନଦୀରେ ବୁଡ଼ି ଚାଲିଗଲା ବ୍ୟାଙ୍କ କର୍ମଚାରୀଙ୍କ ଜୀବନ

ଯାଜପୁରରୋଡ଼,୪ା୩(ପବିତ୍ର ରଞ୍ଜନ ମହାନ୍ତି):  ହୋଲିରେ ବଡ ଅଘଟଣ । ରଙ୍ଗ ଖେଳିସାରି ଗାଧୋଉ ଥିବାବେଳେ ନଦୀରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଯୋକଡିଆ ଖରସ୍ରୋତା ନଦୀରେ…

୭୦ ପ୍ୟାକେଟ୍‌ ବ୍ରାଉନସୁଗାର ଜବତ: ଶୁଭମଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୪।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ସଫଳତା l ବୁଧବାର ସକାଳେ ପାଟ୍ରୋଲିଂ ସମୟରେ ଏକ ସ୍କୁଟିକୁ ଯାଞ୍ଚ ସମୟରେ ବ୍ରାଉନସୁଗାର…

ପାକିସ୍ତାନ ଟିମ୍‌ରୁ ବିଦା ହେଲେ ବାବର ଆଜମ, ଟି-୨୦ରେ…

ଇସଲାମବାଦ,୪।୩: ୨୦୨୬ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ କରିଥିବା ବାବର ଆଜମଙ୍କୁ ପାକିସ୍ତାନ ଦଳରୁ ବାଦ ଦିଆଯାଇଛି। ଟୁର୍ନାମେଣ୍ଟର ଛଅଟି ମ୍ୟାଚରେ ମାତ୍ର ୯୧ ରନ କରିଥିବା…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଖୁସି ଖବର! ଭାରତକୁ ତେଲ ଦେବ ଏହି ଦେଶ

ନୂଆଦିଲ୍ଲୀ,୪।୩: ଇରାନ ହୋର୍ମୁଜ୍ ଷ୍ଟ୍ରେଟକୁ ନିଜ ନିୟନ୍ତ୍ରଣରେ ନେଇଛି, ଯାହା ଦ୍ୱାରା ଅନ୍ତର୍ଜାତୀୟ ବଜାରକୁ ତୈଳ ଯୋଗାଣ ବନ୍ଦ ହୋଇଯାଇଛି । ଏହା ଫଳରେ ଅଶୋଧିତ ତୈଳ…

ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ…

ବରୀ,୪ା୩(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ବ୍ଲକ ସ୍ବାଇଁଖଣ୍ଡ ପଞ୍ଚାୟତ ଯଅଁପଡ଼ା ଗ୍ରାମର ହିରଣ୍ୟ ବେଉରିଆ ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ରଙ୍ଗ ଖେଳ ପରେ…

ହୋଲିରେ ଡିଜେ ବଜାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୨ ଆହତ

ତିହିଡ଼ି,୪ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ବୋଡ଼କ ପଞ୍ଚାୟତ ଅଧୀନ ଖରିଦାପାଟଣା ଗ୍ରାମରେ ବୁଧବାର ସକାଳେ ଗୋଷ୍ଠୀ ସଂଘର୍ଷ ଉପୁଜିଛି। ଡିଜେ ବଜାକୁ କେନ୍ଦ୍ର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri