ମିଲର୍ସଙ୍କ ମନମାନି ପାଇଁ ଚାଷୀ ଖର୍ଚ୍ଚରେ ଯାଉଛି ଧାନ, ମଣ୍ଡି ପରିଦର୍ଶନ କଲେ ସମବାୟ ଉପନିବନ୍ଧକ

କୁନ୍ଦୁରା, ,୧୪।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧୀନରେ ଚାଲିଥିବା ଖରିଫ ମଣ୍ଡି ପରିଦର୍ଶନ କରିଛନ୍ତି ଡିଆରସିଏସ । ଚଳିତ ଖରିଫ ଋତୁରେ ଦେଖିବାକୁ ମିଳୁଛି ଅଜବ ସମସ୍ୟା। ଚାଷୀଙ୍କ ଧାନ ନେବାକୁ ଗାଡି ପଠାଉ ନାହାନ୍ତି ମିଲର୍ସ । ଚାଷୀ ନିଜ ହାତରୁ ଗାଡି ଖର୍ଚ୍ଚ ବହନ କରି ଧାନ ପଠାଉ ଥିବା ବେଳେ ମିଲର୍ସଙ୍କ ଏଭଳି ଦାଦାଗିରି ପାଇଁ ସମସ୍ୟା ଭୋଗୁଛନ୍ତି ଚାଷୀ ।

ସରକାରୀ ନିୟମାନୁଯାୟୀ ଚାଷୀ ରଖିଥିବା ଧାନକୁ ମିଲକୁ ନେବା ନିମନ୍ତେ ମିଲର୍ସ ଗାଡି ପଠାଇବା ନିୟମ ରହିଥିବା ବେଳେ ଚଳିତ ବର୍ଷ କୁନ୍ଦୁରା ବ୍ଲକ ଅଧୀନରେ ଅଧିକାଂଶ ଚାଷୀ ନିଜେ ଗାଡି ଭଡା ଦେଉଥିବା ସମସ୍ତଙ୍କୁ ଚକିତ କରିଛି । କୁନ୍ଦୁରା ବ୍ଲକରେ ୧୨ଟି ସ୍ଥାନରେ ମଣ୍ଡି ଚାଲିଥିବା ବେଳେ ସମସ୍ତ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କ ଫୋନକୁ ସମୟସୀମା ମଧ୍ୟରେ ଧାନ ବିକ୍ରି କରିବା ନିମନ୍ତେ ମେସେଜ ଆସୁଥିବା ବେଳେ କ୍ରୟାକରି ସଂସ୍ଥା ବା ଲ୍ୟାମ୍ପସ ସମୟ ଅନୁସାରେ ଟୋକନ ତାଲିକା ବାହାର କରିଥାଏ । ଏହି ସମୟ ମଧ୍ୟରେ ଚାଷୀ ଯଦି ଧାନ ମଣ୍ଡି ସ୍ଥଳକୁ ଧାନ ନେବାରେ ବିଳମ୍ବ କରେ ତେବେ ଟୋକନ ରଦ୍ଦ ହେବା ଭୟ ରହିଛି । ଏହାର ଫାଇଦା ଉଠାଇ ଚାଷୀକୁ ଶୋଷଣ କରିବା ଦିଗରେ ଏଭଳି ଉପାୟ ଅବଲମ୍ବନ କରୁଛନ୍ତି ମିଲର୍ସ ।

ଏହି ଖବର ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ କ୍ରୟାକରି ସଂସ୍ଥା ନିକଟରେ ମିଲର୍ସଙ୍କ ଏଭଳି ଶୋଷଣ ନୀତି ଏବଂ ଦାଦାଗିରି ଖବର ରହିଥିବା ସତ୍ୱେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଚାଷୀଙ୍କ ପ୍ରତି ଏକ କୁଠାରଘାତ ସଦୃଶ । ବିଭିନ୍ନ ସମୟରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ମଣ୍ଡିସ୍ଥଳକୁ ଗସ୍ତ କରୁଥିବା ବେଳେ ସମସ୍ୟା ଗୁଡିକୁ ସମାଧାନ କରିବାରେ ଅବହେଳା ହେଉଥିବା ଦେଖିବାକୁ ମିଳୁଛି । କୁନ୍ଦୁରା ବ୍ଲକର ସମସ୍ତ ଧାନ ମଣ୍ଡିରୁ ପଞ୍ଜିକୃତ ଚାଷୀଙ୍କ ଠାରୁ ୧୯୩୦୦୦ କ୍ୟୁଣ୍ଟାଲ ମଧ୍ୟରୁ ୧୫୬୩୯୬ କ୍ରୟ ହୋଇଥିବା ବେଳେ ବଳକା ୩୬୬୦୪ କ୍ୟୁଣ୍ଟାଲ ଧାନ କ୍ରୟ ହେବା ନେଇ କୁନ୍ଦୁରା ସମବାୟ ବିଭାଗ ପରିଚାଳନା ନିର୍ଦ୍ଦେଶକ ପରିଦର୍ଶନ ରେ ଆସିଥିବା ସମବାୟ ଉପ ନିବନ୍ଧକ ମୋନିକା ରାୟଙ୍କୁ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri