ନୀଲଙ୍କୁ ବିବାହ କରିବେ ଐଶ୍ୱର୍ଯ୍ୟା

ବମ୍ବେ: ରିଲ୍‌ ନାୟିକାରୁ ରିଅଲ୍‌ ନାୟିକା। ଏପରି କିଛି ଘଟିଛି ଟେଲି ଧାରାବାହିକ ‘ଗୁମ୍‌ ହେ କିସି କେ ପ୍ୟାର୍‌ ମେ’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ କ୍ଷେତ୍ରରେ। ଅଭିନେତା ନୀଲ ଭଟ୍ଟଙ୍କ ସହ ସେ ନିର୍ବନ୍ଧ କରି ନେଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇଛନ୍ତି।

ଶୁଟିଂ ସେଟ୍‌ରେ ନୀଲ-ଐଶ୍ୱର୍ଯ୍ୟା ପରସ୍ପରକୁ ଭେଟିଥିଲେ। ଧିରେ ଧିରେ ବନ୍ଧୁତା ଆଉ ପରେ ପ୍ରେମ ପର୍ଯ୍ୟନ୍ତ ଯାଇଥିଲା କଥା। ଏବେ ଉଭୟ ନିଜ ସମ୍ପର୍କକୁ ଅଫିସିଆଲ କରିଦେଇଛନ୍ତି।

ପରସ୍ପର ସହ ରହିବାକୁ ଭଲ ଲାଗୁଛି। ପ୍ରଥମରୁ ହିଁ ସମ୍ପର୍କ କିଛି ଅଲଗା ଭଳି ଲାଗିଥିଲା। ହେଲେ ଚୁପ୍‌ ଥିଲୁ। ଠିକ୍‌ ସମୟକୁ ଅପେକ୍ଷା କରି ଥିଲୁ ବୋଲି ନୀଲ କହିଛନ୍ତି। ଚଳିତ ବର୍ଷ ଉଭୟ ବିବାହ କରିବାକୁ ଯାଉଛନ୍ତି। ସମୟ ଆସିଲେ ଉଭୟ ବିବାହ ତାରିଖ ଘୋଷଣା କରିବେ ବୋଲି ସେ ମଧ୍ୟ କହିଛନ୍ତି।

Share