ଲୋକପ୍ରିୟ ଶୋ’ର ଶୁଟିଂସେଟ୍‌ରେ ଲାଗିଛି ଭୟଙ୍କର ନିଆଁ

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଶୋ’ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେ’ର ଶୁଟିଂ ସେଟ୍‌ରେ ଲାଗିଛି ଭୟଙ୍କର ନିଆଁ। ଏହି ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳି ନ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କୁହାଯାଉଛି। ତେବେ ନିଆଁକୁ ଆୟତ୍ତ କରିବା ଲାଗି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।

‘ଗୁମ୍‌ ହୈ କିସି କେ ପ୍ୟାର ମେ’ର କାହାଣୀ ପାଖୀ, ବିରାଟ ଏବଂ ସଇଙ୍କ ଆଖପାଖରେ ଘୁରି ବୁଲେ। ଶୋ’ରେ ସଇ ଏବଂ ବିରାଟଙ୍କ ରୋମାଣ୍ଟିକ୍‌ କେମିଷ୍ଟ୍ରି ଦେଖିବାକୁ ଦର୍ଶକ ବେଶ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ମଧ୍ୟ ସମସ୍ତ କଳାକାରଙ୍କ ପ୍ରଶଂସକ କାହିଁରେ କେତେ। ଏବେ ଶୋ’ର ଶୁଟିଂ ସେଟ୍‌ରେ ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ପ୍ରଶଂସକ ଚିନ୍ତାବ୍ୟକ୍ତ କରିଛନ୍ତି।

Share