Categories: ଜାତୀୟ

ପୁଣି ଫେରିବେକି ଗୁଲାମ ନବୀ ? କଂଗ୍ରେସ ସପକ୍ଷରେ ଦେଲେ ମନ୍ତବ୍ୟ…

ନୂଆଦିଲ୍ଲୀ,୭।୧୧ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ଥରେ କଂଗ୍ରେସକୁ ଫେରିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗଲାମ ନବୀ ଦେଇଥିବା ମନ୍ତବ୍ୟ ନେଇ ଏଭଳି ଚର୍ଚ୍ଚା ହେଉଛି। ସେ କହିଛନ୍ତି ଯେ, ଭାଜପାକୁ କେବଳ କଂଗ୍ରେସ ହିଁ ଜବାବ ଦେଇପାରିବ। କଂଗ୍ରେସ ସହଜରେ ଭାଜପାର ମୁକାବିଲା କରିବାକୁ ସକ୍ଷମ। ସେହିପରି ଏଏପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏଏପି ହେଉଛି ଦିଲ୍ଲୀର ଏକ ରାଜନୈତିକ ଦଳ। ଏହା ଜାତୀୟ ଦଳ ନୁହେଁ। ଏହା ଭାଜପା ସହିତ ସମକ୍ଷକ ହୋଇ ପାରିବ ନାହିଁ। ଗୁଲାମ ନବୀଙ୍କ ଏଭଳି ମନ୍ତବ୍ୟ ପରେ ଏବେ ସେ ହୁଏତ କଂଗ୍ରେସକୁ ଫେରି ପାରନ୍ତି ବୋଲି ଅନୁମାନ କରାଯାଉଛି।

Share