Categories: ଜାତୀୟ

କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ୬ ମାସ ଅପେକ୍ଷା କରିବି: ଆଜାଦ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ବିବାଦ ଏପର୍ଯ୍ୟନ୍ତ ତୁଟି ନାହିଁ। ଅନ୍ୟପଟେ ଏହି ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିକୁ ନେଇ ଉଠିଥିବା ବିବାଦ ମଧ୍ୟ ବେଳକୁ ବେଳ ଭିନ୍ନ ମୋଡ ନେଉଛି। ତେବେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେଉଁ ୨୩ ଜଣ ନେତା ସୋନିଆଙ୍କୁ ଚିଠି ଲେଖିଥିଲେ ଏବେ ତାଙ୍କୁ ଦୋଷରୋପ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହାପରେ ଏବେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା କାମ ଚାଲିଛି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ କହିଛନ୍ତି, ଯେପର୍ଯ୍ୟନ୍ତ ତାଙ୍କଦ୍ୱାରା ଉଠାଯାଇଥିବା ସମସ୍ତ କଥାକୁ ଶୁଣିବା ପାଇଁ ଦଳ ଅଧ୍ୟକ୍ଷଙ୍କ ନିଯୁକ୍ତି ନ ହୋଇଛନ୍ତି ସେ ୬ମାସ ପର୍ଯ୍ୟନ୍ତ ଅପେକ୍ଷା ରଖିବେ।

Share