Categories: ଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୨୬।୮: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଛନ୍ତି। ଆଜାଦ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ଦଳର ସମସ୍ତ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି।
ଇସ୍ତଫା ପତ୍ରରେ ଗୁଲାମ ନବୀ ଲେଖିଛନ୍ତି ଯେ, ମୁଁ ଅତ୍ୟନ୍ତ ଦୁଃଖିତ। ଭାବପ୍ରବଣ ହୃଦୟରେ ମୁଁ ଭାରତୀୟ ଜାତୀୟ କଂଗ୍ରେସ ସହିତ ମୋର ଦୀର୍ଘ ଦିନର ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।
ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସର ଏକ ବଡ଼ ଚେହେରା ଭାବେ ବିବେଚନା କରାଯାଏ। ଅତୀତରେ ସେ ରାଜ୍ୟ ସଭାରେ ବିରୋଧୀ ଦଳର ନେତା ଥିଲେ। ସେ ଦୀର୍ଘ ଦିନ ଧରି ଦଳର ନୀତି ଉପରେ ଅସନ୍ତୁଷ୍ଟ ଥିଲେ।

Share