Categories: ଫୁରସତ

ବିକ୍ରି ହେବ ଭୂତ ଗାଁ, ଦାମ୍‌ ଜାଣିଲେ…

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା ବହୁତ କଷ୍ଟକର। କିଛି କଥା ଏହି ସ୍ଥାନଗୁଡ଼ିକୁ ଏତେ ଭୟଭୀତ କରିଦିଏ ଯେ, ଯାହା କି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏମିତି ଏକ କାହାଣୀ ଶୁଣିବାକୁ ମିଳିଛି ପ୍ରାଚୀନ ସ୍କଟିସ ଗାଁରେ। ଭୂତର ଗାଁ କୁହାଯାଉଥିବା ଏହି ଗାଁଟିକୁ କୋଟି କୋଟି ଟଙ୍କାରେ ବିକ୍ରି ହେବାକୁ ପ୍ରସ୍ତୁତ ଅଛି। ଏହାର ମୂଲ୍ୟ ସ୍ଥିର କରାଯାଇଛି। ତେବେ ଗାଁ କ୍ରେତାଙ୍କୁ କିଛି ଅତିରିକ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଏହି ପ୍ରାଚୀନ ସ୍କଟିସ ଗାଁକୁ ୧୭୩୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୮ ଲକ୍ଷ ଟଙ୍କାରେ ବିକ୍ରି କରାଯିବ। କୌତୂହଳର ବିଷୟ ସ୍କଟ୍‌ଲ୍ୟାଣ୍ଡର ଅନେକ ସହରରେ ଫ୍ଲାଟ୍‌ ଅଛି। ଫ୍ଲାଟ୍‌ ଦାମ୍‌ରେ ଏହି ପୂରା ଗାଁଟି ବିକ୍ରି ହେବ। ଓଲ୍ଡ୍‌ ଭିଲେଜ ଅଫ୍‌ ଲର୍ସ ପର୍ଥଶାୟାର ତାଇ କୂଳରେ ଅବସ୍ଥିତ ଏହି ଗାଁଟି ୩.୩୧ ଏକର ପରିମିତ ବିଶିଷ୍ଟ ଅଟେ। ଗାଁରେ ମାଛ ସହିତ ପ୍ରାଇଭେଟ ବେଳାଭୂମିର ମଧ୍ୟ ସୁଯୋଗ ପାଇବେ। କିନ୍ତୁ ଏଠାରେ ଟଙ୍କା ବ୍ୟତୀତ ଭୂତମାନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେଣୁ ଏହି ଗାଁଟିକୁ ଭୂତର ଗାଁ କୁହାଯାଏ।

୧୭୦୦ ଶତାବ୍ଦୀରୁ ଗାଁର ଧ୍ୱଂସାବଶେଷ ରହିଛି। କୁହାଯାଏ, ହାଉସ୍‌ ଅଫ୍‌ ଲର୍ଡସ ହେଉଛି ଏମିତି ଏକ ସ୍ଥଳ,ଯାହା ଲେଡି ଅଫ୍‌ ଲର୍ସଙ୍କ ଘର। ବିଶ୍ୱାସ କରାଯାଏ, ଲେଡି ଅଫ୍‌ ଲର୍ଡ୍‌ସର ଆତ୍ମା ଏବେ ବି ଗାଁରେ ଘୂରି ବୁଲୁଛି। ଗୋଲ୍ଡକ୍ରେଷ୍ଟ ଲ୍ୟାଣ୍ଡ ଆଣ୍ଡ୍‌ ଫରେଷ୍ଟ୍ରି ଗ୍ରୁପ୍‌ର ଅଂଶୀଦାର ଜନ୍‌ ଲାମ୍ବର୍ଟ କହିଛନ୍ତି ଯେ, ତାଙ୍କ ଭବିଷ୍ୟବାଣୀ ପାଇଁ ଲେଡି ଅଫ୍‌ ଲର୍ଡସ ସ୍ମରଣୀୟ। ଯାହା ସତ ହୋଇଛି। ବେଳେବେଳେ ରେଳ ଟ୍ରାକ୍‌ ଚାଲିବା ଏବଂ ଜାହାଜ ଚାଲିବା ପରି ଏଠାରେ ଦେଖାଯାଏ। ଯାହାକି ବହୁତ ଭୟାନକ।

୧୮୪୧ ଜନଗଣନା ଅନୁଯାୟୀ, ଏହି ଗାଁରେ କେବଳ ୧୭ ଜଣ ଲୋକ ରହୁଥିଲେ। ୧୮୯୧ ପର୍ଯ୍ୟନ୍ତ ଏହି ସଂଖ୍ୟା କମି ୭ରେ ପହଞ୍ଚିଥିଲା। ୧୯୨୬ ପର୍ଯ୍ୟନ୍ତ ଏହି ସ୍ଥାନ ପୂରା ଖାଲି ହୋଇଗଲା। ଶେଷଥର ପାଇଁ ୨୦୧୬ରେ ଏହାକୁ ୧୦୦୦୦୦ ୟୁରୋରେ ବିକ୍ରି କରାଯାଇଥିଲା। ବର୍ତ୍ତମାନ ଏହାକୁ ପୁଣି ଥରେ ବିକ୍ରି ପାଇଁ ଯୋଜନା କରାଯାଉଛି।

Share