ଭୂତକୋଠି ପାଲଟିଛି ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର

ପଟ୍ଟାମୁଣ୍ଡାଇ, ୨୧ା୮ (କଳ୍ପତରୁ ନାୟକ):ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି। ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର କ୍ଷେତ୍ରରେ। ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଗୃହଟି ବ୍ୟବହାର ହେଉ ନ ଥିବାରୁ ଚାରି ପାଖରେ ଅନାବନା ଗଛ ଉଠିଗଲାଣି। ଏବେ ଏହା ଭୂତକୋଠିରେ ପରିଣତ ହୋଇଛି।
ବୁଦ୍ଧିଜୀବୀ ପ୍ରଭାକର ସେଠୀ କହିଛନ୍ତି, ୨୦୧୨ରେ ତକତ୍ାଳୀନ ବିଧାୟକ ଖଡିଅଣ୍ଟାଠାରେ ୪ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ସେବେଠାରୁ ଏହି ଚିକିତ୍ସା କେନ୍ଦ୍ରରେ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା କରାଯାଇନାହିଁ। ଆଜି ଯାଏ କୌଣସି ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତି ଏଠାରେ ପରିଲକ୍ଷିତ ହୋଇନାହିଁ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମନେହୁଏ। ଏହି ପଞ୍ଚାୟତରେ ପାଖାପାଖି ୧୦ ହଜାରରୁ ଊଦ୍ଧର୍‌ବ ଗୃହପାଳିତ ପ୍ରାଣୀ ରହିଥିବାବେଳେ ଡାକ୍ତର ନ ଥିବାରୁ ସେମାନଙ୍କ ଚିକିତ୍ସା ଲାଗି ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଅଦିନିଆ ରୋଗ କିମ୍ବା ପ୍ରାଣୀଙ୍କର ହଠାତ୍‌ କିଛି ହେଲେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ନଚେତ୍‌ ବଡ଼ପଡ଼ାରୁ ଡାକ୍ତର ଡାକିବାକୁ ପଡୁଛି। ଯାହାଦ୍ୱାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ବେଳେ ଠିକ୍‌ ସମୟରେ ସେବା ପାଇ ପାରୁନାହାନ୍ତି। ଚିକିତ୍ସା ଅଭାବରୁ ଅନେକ ସମୟରେ ପ୍ରାଣୀଙ୍କ ପ୍ରାଣହାନି ଘଟୁଥିବା ମଧ୍ୟ ନଜିର ରହିଛି। ସେହିପରି ସାମାଜିକ କର୍ମୀ ସୁଶାନ୍ତ ସାମଲ, ପୂର୍ବତନ ସରପଞ୍ଚ କଳାକାର ପ୍ରଧାନ, ଅଜୟ ନାୟକ, ଅଶୋକ ମହାନ୍ତି, ପ୍ରଶାନ୍ତ ନାୟକ, ନରେଶ ଜେନା, ଭରତ ବଳ ପ୍ରମୁଖ କହିଛନ୍ତି, ଆଜକୁ ପ୍ରାୟ ୧୦ ବର୍ଷ ହେବ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ପୂର୍ଣ୍ଣାଙ୍ଗ ହୋଇଥିଲେ ବି କାର୍ଯ୍ୟକ୍ଷମ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ତାହା ଏବେ ପରିତ୍ୟକ୍ତ ଅବସ୍ଥାକୁ ଆସି ଯାଇଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଖଡିଅଣ୍ଟା ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚାଲୁ କରିବାକୁ ଡାକ୍ତର ନିଯୁକ୍ତି ସହ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ସୁବିଧା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟମୁଣ୍ଡାଇ ପ୍ରାଣୀ ଚିକିତ୍ସାଳୟର ଭିଏଏସ୍‌ ଭାବେ ଡା.ପ୍ରଦୀପ ଜେନାଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ୫ଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି। ସେଥିମଧ୍ୟରୁ ଦାଣ୍ଡିସାହି, ଅଣ୍ଢରା, ଚନ୍ଦନନଗର, ଅଠରବାଟିଆ, ନପଙ୍ଗ ପ୍ରାଣୀ ସହାୟକ କେନ୍ଦ୍ରରେ ଲାଇଫଷ୍ଟକ୍‌ ଇନ୍ସପେକ୍ଟର(ଏଲ୍‌ଆଇ)ଙ୍କୁ ନିଯୁକ୍ତି ଦିଆଯାଇଛି। ଖଡିଅଣ୍ଟାରେ ଅଛି ବୋଲି ମୋ ନଜରକୁ ଆସିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri