ଢେଙ୍କାନାଳରେ ଫିକା ପଡ଼ିଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ ଅଫିସ,୧୯।୧୦:ଗଜଲକ୍ଷ୍ମୀ ପୂଜା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ ମଧ୍ୟ କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯିବ।
ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଚଳିତ ବର୍ଷ ମଧ୍ୟ ବିଶେଷ କିଛି ସାଜସଜ୍ଜା ହୋଇନାହିଁ । ଫିକା ପଡ଼ିଛି ମା’ଙ୍କ ପୂଜା। ତେବେ ମଉଡ଼ମଣି ବଜାର, ଗଣେଶ ବଜାର ଓ ଗୁଡ଼ଇାନାଳି ଭଳି କିଛି ମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି । ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ, ବିନା ଭକ୍ତରେ ପରଦା ଆଢ଼ୁଆଳରେ ମା’ଙ୍କ ପୂଜା ହେବ । ସହରରେ ୩୮ଟି ପୂଜା ମଣ୍ଡପରେ ୧୧ ଦିନ ଧରି ପୂଜା ପାଇବେ ମା’ ଧନଲକ୍ଷ୍ମୀ ।