Posted inଖେଳ

ଘରାମି, ମଜୁମଦାରଙ୍କ ଶତକ

ଇନ୍ଦୋର, ୯।୨: ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ସେମିଫାଇନାଲ ବୁଧବାରଠାରୁ ଆରମ୍ଭ ହୋଇଛି। ସୁଦୀପ କୁମାର ଘରାମି ଓ ଅନୁସ୍ତୁପ ମଜୁମଦାରଙ୍କ ଶତକ ସହାୟତାରେ ବେଙ୍ଗଲ ଏଠାରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ପ୍ରଥମ ସେମିଫାଇନାଲରେ ନିଜର ସ୍ଥିତିକୁ ମଜଭୁତ କରିଛି। ପ୍ରଥମ ଦିବସ ଖେଳ ଶେଷ ବେଳକୁ ବେଙ୍ଗଲ ୪ ଉଇକେଟ ହରାଇ ୩୦୭ ରନ ସଂଗ୍ରହ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ବେଙ୍ଗଲ ୫୧ ରନରେ ଦୁଇ ଓପନର କରନ ଲାଲ (୨୩) ଓ ଅଭିମନ୍ୟୁ ଈଶ୍ୱରନ (୨୭)ଙ୍କ ଉଇକେଟ ହରାଇଥିଲେ ହେଁ ଘରାମି ଓ ମଜୁମଦାର ତୃତୀୟ ଉଇକେଟରେ ଦ୍ୱିଶତକୀୟ (୨୪୧ ରନ) ଭାଗୀଦାରି ଗଢ଼ି ଇନିଂସ ସମ୍ଭାଳି ନେଇଥିଲେ। ୨୦୬ ବଲ୍‌ ଖେଳିଥିବା ମଜୁମଦାର ୧୩ ଚୌକା ଓ ୧ ଛକା ସହାୟତାରେ ୧୨୦ ରନକରି ଆଉଟ ହେବାରୁ ଏହି ଯୋଡ଼ି ଭାଙ୍ଗିଥିଲା। ମଜୁମଦାର ଆଉଟ ହେବାର ପରବର୍ତ୍ତୀ ଓଭରରେ ଘରାମି ବ୍ୟକ୍ତିଗତ ୧୧୨ (୨୧୩ ବଲ୍‌, ୧୨ ଚୌକା, ୨ ଛକା) ରନ କରିଥିବାବେଳେ ଅନୁଭବ ଅଗ୍ରଓ୍ବାଲଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଧିନାୟକ ମନୋଜ ତିଓ୍ବାରୀ ୫ ଓ ଶାହାବାଜ ଅହମଦ ୬ ରନକରି ଅପରାଜିତ ରହିଥିଲେ। ମଧ୍ୟପ୍ରଦେଶ ବୋଲରଙ୍କ ମଧ୍ୟରେ ଅନୁଭବ ଅଗ୍ରଓ୍ବାଲ ୨ଟି ଏବଂ ଆଭେଶ ଖାଁ ଓ ଗୌରବ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ବ୍ୟାଟିଂ ବିପର୍ଯ୍ୟୟ ପରେ କର୍ନାଟକ ଦୃଢ଼

ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ସେମି ଫାଇନାଲରେ କିନ୍ତୁ ପ୍ରଥମ ଦିବସର ସମ୍ମାନ ଉଭୟ ଦଳ ଭାଗ କରିଛନ୍ତି। ସୌରାଷ୍ଟ୍ର ବୋଲରମାନେ ଘାତକ ବୋଲିଂ କରି ୧୧୨ ରନରେ କର୍ନାଟକର ୫ ଉଇକେଟ ପତନ ଘଟାଇଥିଲେ। ଅନ୍ୟପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ କର୍ନାଟକ ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ସେହି ୫ ଉଇକେଟ ହରାଇ ୨୨୯ ରନ ସଂଗ୍ରହ କରି ନେଇଛି। ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୧୧୦ (୨୪୬ ବଲ, ୧୧ ଚୌକା, ୧ ଛକା) ଓ ଶ୍ରୀନିବାସ ଶରଥ ୫୮ (୧୪୩ ବଲ, ୪ ଚୌକା) ରନରେ ଅପରାଜିତ ରହିଛନ୍ତି। ଅସମାପ୍ତ ୬ଷ୍ଠ ଉଇକେଟରେ ଦୁହେଁ ୧୧୭ ରନ ସଂଗ୍ରହ କରିଛନ୍ତି। ରବିକୁମାର ସମର୍ଥ ୩, ଦେବଦତ୍ତ ପଡିକାଲ ୯, ନିକିନ ଜୋସ ୧୮, ମନୀଷ ପାଣ୍ଡେ ୭ ଓ ଶ୍ରେୟାସ ଗୋପାଳ ୧୫ ରନକରି ଆଉଟ ହୋଇଛନ୍ତି। ସୌରାଷ୍ଟ୍ର ପକ୍ଷରୁ କୁଶାଙ୍ଗ ପଟେଲ ୨ଟି ଏବଂ ଚେତନ ସାକାରିଆ ଓ ପ୍ରେରକ ମଙ୍କଡ଼ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri