ରେକର୍ଡ ନିଶାରେ ବାନ୍ଧ କାରିଗର ଘନଶ୍ୟାମ

ସୋନପୁର,୭ା୮: ଘନଶ୍ୟାମ ମେହେର। ବୟସ ୪୦। ଘର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକିରାପଡା। ବୟନଶିଳ୍ପରେ ସୂକ୍ଷ୍ମ କାରିଗରି ଓ ଉତ୍କୃଷ୍ଟ କଳା ନିପୁଣତା ପାଇଁ ଘନଶ୍ୟାମଙ୍କ ପଶ୍ଚିମ ଓଡ଼ିଶାରେ ବେଶ୍‌ ସୁନାମ ରହିଛି। ମା’ ମାଳତୀ ଓ ବାପା ରବି ମେହେରଙ୍କ ସେ ଦ୍ୱିତୀୟ ସନ୍ତାନ। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌। ପିଲାଟି ବେଳୁ ବାନ୍ଧକଳା ପ୍ରତି ସେ ଆକୃଷ୍ଟ ହୋଇଥିଲେ। କୌଳିକବୃତ୍ତିକୁ ଆପଣାଇବା ପରେ ବାପାଙ୍କୁ ବାନ୍ଧକଳାରେ ସହାୟତା କରୁଥିଲେ। ଏବେ ସେ ଲୁଗାବୁଣା, ବାନ୍ଧକାମ, କଲରିଂ, ଗ୍ରାଫ୍‌ ଡିଜାଇନିଂରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ ବରଗଡ଼ ସହରରେ ରହି ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗୀର ଓ ବୌଦ୍ଧ ଜିଲାର ବୁଣାକାରଙ୍କୁ ଶାଢି ଡିଜାଇନିଂ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରଥମେ ୨୫ଇଞ୍ଚ ଲମ୍ବ ୨୦ଇଞ୍ଚ ଚଉଡାର ଜଗନ୍ନାଥଙ୍କ ସୁନାବେଶ ଏବଂ ୩୦ଇଞ୍ଚ ଲମ୍ବ ୩୦ଇଞ୍ଚ ଚଉଡା ବାନ୍ଧକଳାରେ ସମଲେଇଙ୍କ ରାଜରାଜେଶ୍ୱରୀ ବେଶ(ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌) ତିଆରି କରି ଘନଶ୍ୟାମ ଚର୍ଚ୍ଚାକୁ ଆସିଥିଲେ। ଏହି ବାନ୍ଧକଳାକୁ ନେଇ ତାଙ୍କୁ ୨୦୦୬ରେ ରାଜ୍ୟସରକାର ପୁରସ୍କୃତ କରିଥିଲେ। ବାପାଙ୍କ ପରଲୋକ ଗତେ ଘନଶ୍ୟାମ ସେହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଏବେ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ତାଙ୍କୁ ଗ୍ରାଫ୍‌ କାଗଜରେ ୧ଲକ୍ଷ ୨୦ହଜାର ଶଙ୍ଖଚିତ୍ର ଅଙ୍କନ କରିବାକୁ ପଡିଛି। ଗତ ଏପ୍ରିଲ ମାସରେ ସେ ଏହି ଚିତ୍ର ଅଙ୍କନ ଶେଷ କରିଛନ୍ତି। କରୋନା କଟକଣା ପରେ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ସେ ବିଧିବଦ୍ଧ ଭାବେ ଆବେଦନ କରିବେ ବୋଲି ଘନଶ୍ୟାମ କହିଛନ୍ତି। ଗୋଟିଏ ଏ-ଫୋର ଗ୍ରାଫ୍‌ କାଗଜରେ ୩୬ଟି ଶଙ୍ଖ ଚିତ୍ର ରହିଛି। ପ୍ରତ୍ୟେକ ଶଙ୍ଖର ଉଚ୍ଚତା ପ୍ରାୟ ୧ ଇଞ୍ଚ ଲମ୍ବ ଦେଢ ଇଞ୍ଚ। ଏଥିପାଇଁ ସେ ୩୪୦୦ଖଣ୍ଡ ଗ୍ରାଫ୍‌ କାଗଜ ବ୍ୟବହାର କରିଛନ୍ତି। ଏପରି ଚିତ୍ର ଅଙ୍କନ ପାଇଁ ତାଙ୍କର ୧ହଜାରରୁ ଊର୍ଦ୍ଧ୍ୱ ପେନ୍‌ସିଲ ସରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଆଙ୍କିଥିବା ୧ଲକ୍ଷ ୨୦ ହଜାର ଶଙ୍ଖ ସହ ଅନ୍ୟ ଶଙ୍ଖଚିତ୍ରର ସାମଞ୍ଜସ୍ୟ ନାହିଁ। ୨୦୦୬ରୁ ସେ ଏହି ଶଙ୍ଖଚିତ୍ର ଅଙ୍କନ ଆରମ୍ଭ କରିଥିଲେ। ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବହୁ ରାତି ତାଙ୍କର ଅନିଦ୍ରାରେ କଟିଛି। କଠିନ ପରିଶ୍ରମର ଫଳ ତାଙ୍କୁ ନିଶ୍ଚିତ ସଫଳତା ଦେବ ବୋଲି ସେ ଆଶା ରଖିଛନ୍ତି।
ପୂର୍ବରୁ ଗ୍ରାଫ୍‌ କାଗଜରେ ୮୧ ହଜାର ଶଙ୍ଖଚିତ୍ର ଅଙ୍କନ କରି ୨୦୧୬ରେ ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରୁ ପ୍ରମାଣପତ୍ର ପାଇବା ପରେ ତାଙ୍କୁ ସ୍ବୀକୃତି ଓ ଆତ୍ମସନ୍ତୋଷ ମିଳିଥିଲା।

ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri