Posted inଜାତୀୟ

ପ୍ରଥମେ ନିଜ ଘର ସଜାଡ଼: ବିରୋଧୀ ଏକତା ନେଇ କଂଗ୍ରେସକୁ ଦେବ ଗୌଡାଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୪ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଗଠନ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଜନତା ଦଳ (ସେକୁଲାର) ପୃଷ୍ଠପୋଷକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ରବିବାର କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଥମେ ନିଜ ଘରକୁ ସଜାଡିବା ଉଚିତ। ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା ମଧ୍ୟ କହିଛନ୍ତି ବିରୋଧୀ ଦଳଙ୍କ ଆଗରେ ଅନେକ ବିକଳ୍ପ ଅଛି ଏବଂ ଦେଶରେ ନେତୃତ୍ୱର ଅଭାବ ନାହିଁ।

କର୍ନାଟକରେ ହେବାକୁ ଥିବା ମେ ’୧୦ ବିଧାନସଭା ନିର୍ବାଚନରେ ଜେଡି (ଏସ)ା ଆଶାକୁ ନେଇ ଉତ୍ସାହିତ ହୋଇ ବରିଷ୍ଠ ନେତା ଦେବ ଗୌଡା କହିଛନ୍ତି, ଏହି ନିର୍ବାଚନ ଚଳିତ ବର୍ଷ ଅନ୍ୟ ରାଜ୍ୟରେ ହେବାକୁଥିବା ମତଦାନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ନୂତନ ସ୍ବର ସୃଷ୍ଟି କରିବ।

ଦୁଇ ଜାତୀୟ ଦଳ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା କଡ଼ା ନିର୍ବାଚନ ମୁକାବିଲା ମଧ୍ୟରେ ଗୌଡା ତାଙ୍କ ଦଳ ଜେଡି (ଏସ) କ୍ଷମତାକୁ ଆସିବା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିବା ସହ କହିଛନ୍ତିତାଙ୍କ ଦଳ ଏକ ସାମାଜିକ ତଥା ବିକାଶ ଦୃଷ୍ଟିକୋଣ, ପଞ୍ଚରତ୍ନ କାର୍ଯ୍ୟକ୍ରମ ନାମରେ ଭୋଟ ମାଗିବ। ତାଙ୍କ ଦଳ ପୁରୁଣା ମହୀଶୂର ଅଞ୍ଚଳ ମଧ୍ୟରେ ସୀମିତ ରହିଛି ବୋଲି କହି ଜାତୀୟ ଦଳ ଅତି ଚତୁରତାର ସହିତ ପ୍ରଚାର କରୁଛନ୍ତି। ମାତ୍ର ସେମାନଙ୍କର ଏଭଳି ମିଥ୍ୟା କଥାରେ ରାଜ୍ୟ ଭୋଟର ପ୍ରଭାବିତ ହେବେ ନାହିଁ। ଜାତୀୟ ଦଳମାନେ ବଡ଼ ବଡ଼ ଏବଂ ମିଥ୍ୟା ଦାବି କରୁଛନ୍ତି । ମାତ୍ର ସେଥିରେ କୌଣସି ସତ୍ୟତା ନାହିଁ। ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ସେ ବର୍ତ୍ତମାନ ସକ୍ରିୟ ପ୍ରଚାର ଠାରୁ ଦୂରରେ ଅଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri