ଟିକା ଦିଅ, ଇଲିଶି ନିଅ

ନୂଆଦିଲ୍ଲୀ, ୨୪।୬: ଭାରତର ଇଲିଶି ଚାହିଦା ମେଣ୍ଟାଇବା ପାଇଁ ବାଂଲାଦେଶରୁ ଏହି ମାଛକୁ ଆମଦାନୀ କରାଯାଇଥାଏ। ତେବେ ଭାରତ ପଡ଼ୋଶୀ ଦେଶକୁ କୋଭିଡ୍‌ ଟିକା ଯୋଗାଇବାରେ ବିଳମ୍ବ କରୁଥିବାରୁ ନୂଆଦିଲ୍ଲୀକୁ ଢାକା ଇଲିଶି ରପ୍ତାନି ବନ୍ଦ ରଖିଥିବା ସୂତ୍ରରୁ ଜଣାପଡ଼ିଛି। ଭାରତ ଯୋଗାଇଥିବା କୋଭିଡ୍‌ ଟିକା ୧୪ ଲକ୍ଷ ବାଂଲାଦେଶୀଙ୍କୁ ଦିଆଯାଇଛି। ଏବେ ଅଧିକ ଟିକା ଯୋଗାଇବା ସମ୍ଭବ ନୁହେଁ ବୋଲି ନୂଆଦିଲ୍ଲୀ କହିବାରୁ ବାଂଲାଦେଶ କ୍ଷୁବ୍ଧ ହୋଇଛି। ସେଥିପାଇଁ କିଛିଦିନ ହେଲା ସେଠାରୁ ଆଉ ଇଲିଶି ଆସୁନାହିଁ। ତେଣୁ ଏହାକୁ ବାଂଲାଦେଶର ଟିକା ଦିଅ, ଇଲିଶି ନିଅ ନୀତି ବୋଲି କୁହାଯାଉଛି।

Share