ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ। ୧୯୫୪ରେ ନିଜ ପୁସ୍ତକ ‘ଫାରୱେଲ ଟୁ ଆର୍ମସ’ ପାଇଁ ନୋବେଲ ପୁରସ୍କାର ନେଉଥିବା ଦୃଶ୍ୟଟିରୁ ଲାଗେ ଯେମିତି ନିଜ ଆହତ ଶରୀରକୁ ଯୁଦ୍ଧଭୂମିରୁ ବୋହି ନେଉଛନ୍ତି ନିଜ ଆମ୍ବୁଲାନ୍ସରେ। ଆଖିଦେଖା କଥାକୁ ଲେଖାରେ ପ୍ରକାଶ କଲେ ସେ- ‘ଦ ୱାଲର୍‌ଡ ବ୍ରେକ୍ସ ଏଭ୍ରିୱାନ, ଆଣ୍ଡ ଆଫ୍ଟରୱାର୍ଡ, ମେନି ଆର୍‌ ଷ୍ଟ୍ରଙ୍ଗ ଆଟ୍‌ ଦ ବ୍ରୋକନ ପ୍ଲେସେସ୍‌’। ସେହି ଏକା ସମୟରେ ଗୁରୁତର ହୋଇଥିବା ଫ୍ରାନ୍ସର ଉତ୍ତରପୂର୍ବ ଶିଳ୍ପାଞ୍ଚଳ ପୁଣି ଛିଡ଼ାହେଲା, ୧୯୨୪ ବେଳକୁ ଦୁଇପାଦ ଆଗରେ ଥିଲା। ନିଜ ଦେଶରେ ଯୁଦ୍ଧ ନ ହୋଇ ମଧ୍ୟ ମାନବ ସମ୍ବଳ ଆଉ ଆର୍ଥିକ କ୍ଷତି ଆମେରିକାରେ ସର୍ବାଧିକ। ତଥାପି ଜଲ୍‌ଦି ସୁସ୍ଥ ହୋଇ ବିଶ୍ୱ ନେତୃତ୍ୱରେ ଅଗ୍ରଣୀ ଭୂମିକା ନେଇଗଲା। ଫିନ୍‌ଲାଣ୍ଡ ୧୯୧୭-୧୮ରେ ରୁଷିଆଠାରୁ ସ୍ବାଧୀନତା ପାଇଲା ବେଳେ ଗୃହଯୁଦ୍ଧରେ ଘାଇଲା। ପରବର୍ତ୍ତୀ ସମୟରେ କେହି ବି ସେ ଦେଶକୁ ଗଲେ ବୁଝି ପାରିବନି ଯେ ସେଠାରେ ଦିନେ ସାମାଜିକ ଆର୍ଥିକ ପ୍ରଗତି ଯୁଦ୍ଧ ଘନଘଟାର ସୁନାମିରେ ପୋତି ହୋଇ ପଡ଼ିଥିଲା।
ହେମିଂୱେଙ୍କ ବାର୍ତ୍ତା ଆଜି ଆମ ଦେଶର ଅର୍ଥନୀତି ଶ୍ରେଣୀ ପାଠକଙ୍କୁ ବଡ଼ ଉତ୍ସାହ। ଆମେ କେତେ ଶିଖିଲେ ଆଉ କେତେ କାମରେ ଲଗେଇଛେ ସେସବୁର ସମୀକ୍ଷା କମ୍‌। ଯାହାହେଉ ଦେଶର ଶୀର୍ଷ ନେତୃତ୍ୱ ଆମକୁ ଆଶ୍ୱସ୍ତ କରନ୍ତି ଯେ ଆମେ ଦିନେ ବିଶ୍ୱଗୁରୁ ହେବୁ। ବାଇଶରେ ହବୁ, ତିରିଶରେ ହବୁ, ଅଣଚାଶରେ ହବୁ ପୁଣି ଏବେ କହିଲେଣି ଷାଠିଏ ବେଳକୁ ଆମକୁ କେହି ଚିହ୍ନି ପାରିବେନି। ହାସ୍ୟାସ୍ପଦ…। ଅପେକ୍ଷାର ଅନ୍ତ ଘଟେଇବା ଆମ ଭଳି ମୂଢ଼ଙ୍କ ପକ୍ଷରେ ଅସମ୍ଭବ ଯେମିତି। ବିକାଶର ଯାନରେ ବସିଲୁ ବୋଲି ଦେଶର ବଜେଟ ଅଧିବେଶନ ଦିନ ତିନି ବାଜାବାଲା, ସରକାର, କର୍ପୋରେଟ ଆଉ ମିଡିଆ କାନ ଫଟେଇ ଶୁଣେଇବେ। ହେମିଂୱେଙ୍କ ବାର୍ତ୍ତା ଏମିତି ଶସ୍ତା ଲୋକପ୍ରିୟତା ନ ଥିଲା। ଆହତର ସ୍ବର ଭିତରୁ ଆଗକୁ ବଢ଼ିବାର ଉତ୍କଣ୍ଠା, ତୁର୍କୀର ଓଟୋମାନ ସାମ୍ରାଜ୍ୟର ପ୍ରତିଫଳନକୁ ସ୍ବୀକାର କରିଗଲେ ଆମେ ପାପ ପୁଷ୍କରିଣୀରେ ପଡ଼ିଯିବା ନାହିଁ। ଦୁର୍ଗତିର ଆଲୋଚନା ନ ହେବା ଯାଏ ‘ଅଚ୍ଛେ ଦିନ’ ମହଙ୍ଗାହୋଇ ଚାଲିଥିବ। ‘ଦ ୱାଲର୍‌ଡ ବ୍ରେକ୍ସ ଏଭ୍ରିୱାନ’, ସମାଜ ଉନ୍ନତି କଳ୍ପେ ପାହାଡ ଭଙ୍ଗା ଚାଲିଛି ଭଲକଥା, ହେଲେ ପଥର ତଳେ ଶୁଭୁଥିବା ସ୍ବରକୁ ଏଥର ଶୁଣିବା ହେଉ।
ସର୍ବାଧିକ ଋଣ ବୋଝ ମୁଣ୍ଡେଇଥିବା ରାଜ୍ୟ ଭିତରେ ମହାରାଷ୍ଟ୍ର ପଛକୁ ତାମିଲନାଡୁ। ଗରିବୀ ରେଖାତଳେ ୧୫.୬୮ ପ୍ରତିଶତ ସହ ସପ୍ତମ ସ୍ଥାନରେ ଓଡ଼ିଶା ବୋଲି ‘ନୀତି ଆୟୋଗ’ କହିବାରେ ଆମେ ଗରିବୀକୁ ସ୍ବୀକାର କରି କେନ୍ଦ୍ରକୁ ସ୍ବତନ୍ତ୍ର ଦାବି ରଖିପାରିବା। ତେବେ କେତେଦିନ ଆମେ ରତ୍ନଗର୍ଭା ଓଡ଼ିଶାରୁ ଖଣିଜ ଦେବା ସହ ନିଜପାଇଁ ଋଣ ଯନ୍ତାଟି ମୁଣ୍ଡେଇ ବୁଲିବା? ଦୁଇ ହଜାର ମସିହା ବେଳକୁ ଓଡ଼ିଶା ରାଜ୍ୟ ଋଣଭାର ଅଠର ହଜାର କୋଟିରୁ ୨୦୨୪ ମସିହା ବିଜେଡି ସରକାରଙ୍କ ବିଦାୟ ବେଳକୁ ଛୟାନବେ ହଜାର ତିନିଶହ ଦଶ କୋଟିର ଶିଖର ଛୁଇଁବାରେ ବିକାଶର ସ୍ପଷ୍ଟ ଅନୁଭୂତି ଆମେ ପାଇଥିଲୁ। ଭାଜପା ସରକାର ଆସୁଆସୁ ଆଉ ୪୨୪୯.୫ କୋଟି ଟଙ୍କାର ଅଧିକ ଋଣକରି ପାହାଡ଼ଟାଏ ଛିଡା କରେଇଲେ। ଏବେ ପୁଣି ଏକ ଲକ୍ଷ ତିରିଶ ହଜାର କୋଟି ପାର ହେବାରେ ଡବଲ ଇଞ୍ଜିନ ଧାରଣାରେ ଗଡୁଛି, ଆମେ ଦିଶାହୀନ ହୋଇନାହୁଁ ବୋଲି ପାଞ୍ଚ ବର୍ଷ ପରେ ଜଣାପଡିବ। କିନ୍ତୁ ସରକାର ଯେଉଁ ହାତୀ ଘୋଡ଼ା ପ୍ରତିଶ୍ରୁତି ଦେଇଥିବେ ତାକୁ ପୂରଣ କରିବା ପାଇଁ ଅର୍ଥର ଆବଶ୍ୟକତା ବଢ଼ିବ। ୧୫ତମ ଅର୍ଥ ଆୟୋଗ ଆର୍ଥିକ ଦାୟିତ୍ୱ ଓ ଋଣ ପରିଚାଳନା ଆଇନ-୨୦୦୫, ସରକାରଙ୍କ ଉଧାର ୨୦୨୫ ସେପ୍ଟେମ୍ବରରେ ଏକ ଲକ୍ଷ ଛବିଶ ହଜାର କୋଟି ପାରି ହେଲାଦିନ ଆମେ ବିଦେଶୀ ଫୁଲସଜା ଦାମୀ ପୋଡିୟମରୁ ଏକ ଦୀକ୍ଷାନ୍ତ ଭାଷଣ ଦେଇଥିଲୁ। ଓଡ଼ିଶାର ଋଣ ଶୁଝିବା ବାବଦରେ ଗଚ୍ଛିତ ରାଶିକୁ ସମୁଦାୟ ରାଜ୍ୟ ଘରୋଇ ଉତ୍ପାଦର ୨୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଉପଦେଶ ଦେଇଥିଲେ। ପ୍ରାପ୍ତ ରାଜସ୍ବରୁ ସୁଧ ଦେୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରଖିବା କଥା କହିଲେ। ଆମେ ଶୁଣିବୁନି ତ ଦୁର୍ଗତି ଧରାବନ୍ଧା।
ପଚାଶ ବର୍ଷ ତଳେ ଓଡ଼ିଶା ଏକ ବାତ୍ୟା, ବନ୍ୟା, ମରୁଡି ପ୍ରପୀଡ଼ିତ ଅଞ୍ଚଳ ବୋଲି ଆମେ ରଚନା ଲେଖୁଥିଲୁ। ଏବେ ସେଇଆ ଲେଖୁଛୁ। ବନ୍ୟା ଦୁର୍ଗତ କେରଳ କି ଆସାମର ଉପରମୁହଁା ଅର୍ଥନୀତିକୁ ଦେଖିପାରୁନୁ। ପର୍ଯ୍ୟଟନ ଶିଳ୍ପରୁ ସୁଇଜରଲାଣ୍ଡ ମୁଖ୍ୟ ଆୟ ଅନ୍ନ ସାଉଁଟିବା ବେଳେ ଆମପାଖରେ ଯେମିତି ପାହାଡ଼, ଜଙ୍ଗଲ କି ବେଳାଭୂମି ନାହିଁ! ହେମିଂୱେଙ୍କ କଥାଟି ପ୍ରଯୁଜ୍ୟ ଏଠାରେ – ‘ଦ ୱାଲର୍‌ଡ ବ୍ରେକ୍ସ ଏଭ୍ରିୱାନ, ଆଣ୍ଡ ଆଫ୍ଟରୱାର୍ଡ, ମେନି ଆର୍‌ ଷ୍ଟ୍ରଙ୍ଗ ଆଟ୍‌ ଦ ବ୍ରୋକନ ପ୍ଲେସେସ’। ହେଲେ ଅସୁବିଧା ଭିତରୁ ଛିଡ଼ାହୋଇ ଦେଖେଇଦେବା ପାଇଁ ଆମ ପାଖରେ ଇଚ୍ଛା ନାହିଁ ଯେମିତି। ସତକଥା ହେଲା ଆମପାଖରେ ମାଳମାଳ ଯୋଜନା ଅଛି, ଯୋଜନାର ରୂପରେଖ ଦେବାପାଇଁ ମାନବ ସମ୍ବଳ, ବୈଷୟିକ ସମ୍ବଳ ଅଛି, ପୁଞ୍ଜି ମଧ୍ୟ ପର୍ଯ୍ୟାପ୍ତ ଖଟା ଯାଉଛି ହେଲେ ଜାତୀୟ ଲକ୍ଷ୍ୟ ପୂରଣ ହେଉନି। ଭ୍ରଷ୍ଟାଚାର ଭଳି କୃଷ୍ଣଗର୍ତ୍ତର ଆଁ ଭିତରେ ସବୁ ଗଳିପଡୁଛି। ପୁଞ୍ଜିପତିଙ୍କ ସଂଖ୍ୟା ବଢ଼ିବାରୁ ଆମେ ଅଯଥା ଉତ୍ସାହିତ ହେଉଛୁ।
ଦେଶର ଜାତୀୟ କି ଆଞ୍ଚଳିକ ଋଣକର୍ତ୍ତାଙ୍କୁ ପଚାରିଲେ ସେହି ଗୋଟିଏ କଥା କହିବେ ଯେ ବିକାଶ ଆସିବ। ବିକାଶର ମହାକୁମ୍ଭଟି ୨୦୬୦କୁ ଦେଖେଇଲା ବେଳେ ରାଜନୈତିକ ପଞ୍ଜିକାରଙ୍କ ଚତୁରତା ସ୍ପଷ୍ଟ ଅନୁମେୟ। ଜିଡିପି ଆଉ ସମୁଦାୟ କରରୁ ଆମେ ସୁଧ ଗଣି ନୟାନ୍ତ ବେଳେ ଆମେରିକା, ଜାପାନର ଉଦାହରଣ ଥୋଇବୁ, ହେଲେ ବିକାଶକୁ ଦୂର ଦିଗ୍‌ବଳୟ ତଳେ ଦେଖେଇବୁ। ୨୦୧୯ ଜିଡିପିର ୨୬୦ ପ୍ରତିଶତ ପବ୍ଲିକ ଋଣ ୨୦୨୫ ବେଳକୁ ୨୧୧ ପ୍ରତିଶତରେ ପହଞ୍ଚିଥିବା ଇରିଟ୍ରିଆ ପରି ଆମେ ବାଟବଣା ନୁହଁ ତ? ଆମେରିକାର ୩୫ କୋଟି ଲୋକଙ୍କ ପାଇଁ ୩୮ ଟ୍ରିଲିଅନ ଡଲାର କି ଚାଇନାର ୨୦ ଟ୍ରିଲିଅନ ଡଲାର ଅର୍ଥନୀତିକୁ ଟପିବା ଲକ୍ଷ୍ୟରେ ଆମ ଗୋଡହାତ ଭାଙ୍ଗିଲେ ଦେଶର ହିତ ହେବନି। ଦେଶକୁ ଉଠିବା ଦରକାର, ଉଡିବା ପଛକଥା। ଯୁବକଙ୍କ ଲାଗି ନିଯୁକ୍ତି, ମହିଳାଙ୍କ ସୁରକ୍ଷା ଓ ବିଳମ୍ବିତ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିପାରନ୍ତେ ସରକାର। ପୂର୍ବ ରିଜର୍ଭ ବ୍ୟାଙ୍କ ଗଭର୍ନର ତଥା ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧକ୍ଷ ସି. ରଙ୍ଗରାଜନ ‘ଇନ୍‌ଷ୍ଟିଚ୍ୟୁଶନାଲ ଫ୍ଲ’ ବା ‘ସଂସ୍ଥାଗତ ତ୍ରୁଟି’ କହିବାରୁ ଅକଳରେ ପଡିଲେ। ସରକାର ଏବେ ଯୁଦ୍ଧଭୂମିର ଆହତ ଅଭିଜ୍ଞମାନଙ୍କ କଥା ଶୁଣନ୍ତୁ।
ମହାରାଷ୍ଟ୍ର, ତାମିଲନାଡୁ ଆଉ ଓଡ଼ିଶା ମୁଣ୍ଡଉଥିବା ଋଣକୁ ଆମେ ଗ୍ରୀସ କି ଇଟାଲୀ ସ୍ତରରେ ଦେଖିବା ନା ଇରିଟ୍ରିଆର ଦୁଃଖ ପରି ହଜମ କରିବା ?
ଉତ୍ପାଦନ, ଆୟ ଆଉ ଖର୍ଚ୍ଚର ସାରଣୀରୁ ଆମେ ଯୋଉ ୭ ପ୍ରତିଶତ ଜିଡିପି ଗଣନା କରୁଛୁ ସେଥିରେ ୧ ପ୍ରତିଶତ ପୁଞ୍ଜିପତିଙ୍କ ମେଶିନରୁ ବାହାରୁଥିବା ୮୦ ପ୍ରତିଶତ ବାସ୍ତବ ଆୟ ସାମିଲ ନୁହେଁ। ଖଣି ଖାଦାନରୁ ସିଧାସଳଖ ଯୋଡି ହେଉଥିବା ଆୟକୁ ୨ କିମ୍ବା ୨.୫ ପ୍ରତିଶତ ତା’ର ଠିକ୍‌ ନୁହେଁ। ହେଲେ ଏହା ସତ୍ୟ ଯେ ଖଣିଜ ସମ୍ପତ୍ତି ସରିଆସୁଛି। ରତ୍ନଗର୍ଭା ଭୂଗର୍ଭ ରକ୍ତହୀନ ହେଉଛି। ଏବେ ଖଣିଜଭରା ଓଡ଼ିଶା ସେମିକଣ୍ଡକ୍ଟର ଆଉ ସଫ୍ଟୱେର ପାର୍କ କରି ବେକାରି ହଟେଇବା ସ୍ବପ୍ନ ଦେଖୁଛି। ଏମ୍‌ଓୟୁ ଦସ୍ତଖତ କରି ପୁଞ୍ଜିପତି ସହ ହାତ ମିଳେଇବାରୁ ଯେମିତି ଏ ଦେଶର ଭୋକିଲାଙ୍କ ସୁରାଟ ଗସ୍ତକୁ ରୋକିପାରିବ! ଖଣିଜ ସମୃଦ୍ଧ ଝାଡ଼ଖଣ୍ଡୀ, ବିହାରୀ ପିଲା ଅନ୍ୟ ରାଜ୍ୟରେ ବେଠି ବେଗାରି ଆୟରେ ସନ୍ତୁଷ୍ଟ। ଭାରତ ୨୦୩୦ ବେଳକୁ ଏକ ନିଅଣ୍ଟିଆ ଦୁର୍ଗତି ଭିତରକୁ ଟାଣି ହୋଇଯାଉଛି ଯାହାକୁ ସରକାର ମାନିବା ଲାଗି ଅନିଚ୍ଛୁକ। ଜିଡିପିର ୮୦ ପ୍ରତିଶତ ଋଣକୁ ପଚାଶ ପ୍ରତିଶତ କରିବୁ କହିବା ନିର୍ମଳା ସୀତାରାମନଙ୍କ ଘରୋଇ ବିଚାର। ପାକିସ୍ତାନ ତା’ ଆୟର ୭୦ପ୍ରତିଶତ ଋଣ ଶୁଝିବାରେ ଯାଉଛି କହିବା ଆମ ଦେଶାତ୍ମବୋଧ। ଦେଶର ଚାକିରିଆଙ୍କ ଦରମା ପାଇଁ ଆମକୁ ଓଭର ଡ୍ରାଫ୍ଟ ସମ୍ମୁଖୀନ ହେବାରୁ କେମିତି ବଞ୍ଚିହବ ଏବେଠୁ ସରକାର ଚିନ୍ତାକରିବା ବିଧେୟ।

ଡ. ସାରଦା ପ୍ରସାଦ କର
ଡାକବଙ୍ଗଳା ଛକ, ଭୁବନେଶ୍ୱର
ମୋ:୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri