ଏହି ୩ ଖରାପ ଅଭ୍ୟାସ କରନ୍ତୁ ପରିତ୍ୟାଗ, ନଚେତ୍‌ କମିପାରେ ରୋଗ ପ୍ରତିରୋଧକ ଶକ୍ତି

କରୋନା ଭାଇରସ୍‌ ଯୋଗୁ ଲୋକେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି। ବିଶେଷ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଅପାଣାଉଛନ୍ତି। ମାତ୍ର କିଛି ଖରାପ ଅଭ୍ୟାସ ଅଛି ଯାହାକୁ ପରିହାର ନ କଲେ ରୋଗ ପ୍ରତିରୋଧକ ଶକ୍ତି କମିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ତେବେ ଜାଣନ୍ତୁ ଏସବୁ ଖରାପ ଅଭ୍ୟାସ ସମ୍ପର୍କରେ…

୧. ଗୋଟିଏ କିମ୍ବା ଦୁଇ ଗ୍ଲାସ ମଦ ପିଇବା ଦେହ ପକ୍ଷେ ହାନିକାରକ ନୁହେଁ। ମାତ୍ର ଅତ୍ୟଧିକ ମଦ୍ୟପାନ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରିଦେଇଥାଏ। ଜର୍ଣ୍ଣାଲ ଅଫ୍‌ ଆଲ୍‌କହଲ ରିସର୍ଚ୍ଚରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ଅତ୍ୟଧିକ ମଦ୍ୟପାନ ଏବଂ ଦୁର୍ବଳ ପ୍ରତିରୋଧକତା ମଧ୍ୟରେ ଏକ ସଂଯୋଗ ଅଛି ଯାହା ଦୀର୍ଘ ସମୟ ଧରି ରହିଥାଏ। ଏହି କାରଣରୁ ନିମୋନିଆ ଏବଂ ସଂକ୍ରମଣ ସମସ୍ୟା ଦେଖାଦେଇପାରେ। ଫଳରେ ଶୀଘ୍ର କରୋନା ବ୍ୟାପିବାର ଆଶଙ୍କା ଦେଖା ଦେଇଥାଏ।

୨. ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। କିନ୍ତୁ ଜର୍ମାନୀର ବୋନ୍‌ ୟୁନିଭରସିଟି ହସ୍ପିଟାଲର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଲୁଣ ଶରୀରରେ ରୋଗ ପ୍ରତିରୋଧକ ଅଭାବ ମଧ୍ୟ ସୃଷ୍ଟି କରିପାରେ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଅଧିକ ସୋଡିୟମ ହେତୁ ଶରୀରର ଜୀବାଣୁ ସହିତ ଲଢ଼ିବା କ୍ଷମତା ହ୍ରାସ ପାଇଥାଏ।

୩. ଖାଦ୍ୟରେ ଚିନି ପରିମାଣ ହ୍ରାସ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଠିକ୍‌ କରିଥାଏ। ମାତ୍ର ‘ଦ ଆମେରିକୀୟ ଜର୍ଣ୍ଣାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରେସନ୍‌ର ଏକ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ଅତି କମରେ ୧୦୦ ଗ୍ରାମ ଚିନି ଖାଆନ୍ତି, ଫଳରେ ଶରୀରରେ ଜୀବାଣୁ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ। ସେହିପରି ଅତ୍ୟଧିକ ଚା’ କଫି ଶରୀର ପାଇଁ କ୍ଷତିକାରକ। ଏହି କୁଅଭ୍ୟାସ ଶରୀରରେ ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି କମାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri