ଏହି ୩ ଖରାପ ଅଭ୍ୟାସ କରନ୍ତୁ ପରିତ୍ୟାଗ, ନଚେତ୍‌ କମିପାରେ ରୋଗ ପ୍ରତିରୋଧକ ଶକ୍ତି

କରୋନା ଭାଇରସ୍‌ ଯୋଗୁ ଲୋକେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି। ବିଶେଷ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଅପାଣାଉଛନ୍ତି। ମାତ୍ର କିଛି ଖରାପ ଅଭ୍ୟାସ ଅଛି ଯାହାକୁ ପରିହାର ନ କଲେ ରୋଗ ପ୍ରତିରୋଧକ ଶକ୍ତି କମିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ତେବେ ଜାଣନ୍ତୁ ଏସବୁ ଖରାପ ଅଭ୍ୟାସ ସମ୍ପର୍କରେ…

୧. ଗୋଟିଏ କିମ୍ବା ଦୁଇ ଗ୍ଲାସ ମଦ ପିଇବା ଦେହ ପକ୍ଷେ ହାନିକାରକ ନୁହେଁ। ମାତ୍ର ଅତ୍ୟଧିକ ମଦ୍ୟପାନ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରିଦେଇଥାଏ। ଜର୍ଣ୍ଣାଲ ଅଫ୍‌ ଆଲ୍‌କହଲ ରିସର୍ଚ୍ଚରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ଅତ୍ୟଧିକ ମଦ୍ୟପାନ ଏବଂ ଦୁର୍ବଳ ପ୍ରତିରୋଧକତା ମଧ୍ୟରେ ଏକ ସଂଯୋଗ ଅଛି ଯାହା ଦୀର୍ଘ ସମୟ ଧରି ରହିଥାଏ। ଏହି କାରଣରୁ ନିମୋନିଆ ଏବଂ ସଂକ୍ରମଣ ସମସ୍ୟା ଦେଖାଦେଇପାରେ। ଫଳରେ ଶୀଘ୍ର କରୋନା ବ୍ୟାପିବାର ଆଶଙ୍କା ଦେଖା ଦେଇଥାଏ।

୨. ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। କିନ୍ତୁ ଜର୍ମାନୀର ବୋନ୍‌ ୟୁନିଭରସିଟି ହସ୍ପିଟାଲର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଲୁଣ ଶରୀରରେ ରୋଗ ପ୍ରତିରୋଧକ ଅଭାବ ମଧ୍ୟ ସୃଷ୍ଟି କରିପାରେ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଅଧିକ ସୋଡିୟମ ହେତୁ ଶରୀରର ଜୀବାଣୁ ସହିତ ଲଢ଼ିବା କ୍ଷମତା ହ୍ରାସ ପାଇଥାଏ।

୩. ଖାଦ୍ୟରେ ଚିନି ପରିମାଣ ହ୍ରାସ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଠିକ୍‌ କରିଥାଏ। ମାତ୍ର ‘ଦ ଆମେରିକୀୟ ଜର୍ଣ୍ଣାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରେସନ୍‌ର ଏକ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ଅତି କମରେ ୧୦୦ ଗ୍ରାମ ଚିନି ଖାଆନ୍ତି, ଫଳରେ ଶରୀରରେ ଜୀବାଣୁ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ। ସେହିପରି ଅତ୍ୟଧିକ ଚା’ କଫି ଶରୀର ପାଇଁ କ୍ଷତିକାରକ। ଏହି କୁଅଭ୍ୟାସ ଶରୀରରେ ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି କମାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri