୨ ମାସରେ ମଲେଣି ୩୫୦ ହାତୀ

ଗବୋରୋନ୍‌,୩।୭(ଆଇଏଏନ୍‌ଏସ୍‌):ହାତୀ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଗତ ୨ ମାସ ମଧ୍ୟରେ ଆଫ୍ରିକୀୟ ରାଷ୍ଟ୍ର ବୋତୋସ୍ବାନାରେ ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ତେବେ କିଭଳି ଏମାନଙ୍କ ମୃତ୍ୟୁ ଘଟିଲା, ସେନେଇ କିଛି ତଥ୍ୟ ଲୋକଲୋଚନକୁ ଆସିନି। ଦୁଇ ସପ୍ତାହ ପୂର୍ବରୁ ଲାବ୍‌ର ସାମ୍ପଲ ରିପୋର୍ଟ ଆସିସାରିଛି। ତେବେ ହାତୀ ମରିବାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହେଉନାହିଁ। ଏତେ କମ୍‌ ସମୟ ମଧ୍ୟରେ ହଠାତ୍‌ ଏତେ ହାତୀ ମରିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟିହୋଇଛି। ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଭଳି ରହସ୍ୟମୟ ହାତୀ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଯାଇଛି।
ବ୍ରିଟେନ୍‌ର ଚ୍ୟାରିଟି ନ୍ୟାଶନାଲ ପାର୍କ ସୁରକ୍ଷା ଦାୟିତ୍ୱରେ ଥିବା ନିଆଲ ମ୍ୟାକନ୍‌ କହିଛନ୍ତି, ଦକ୍ଷିଣ ଆଫ୍ରିକୀୟ ଦେଶ ବୋତୋସ୍ବାନାର ଓକାଭାଙ୍ଗୋ ଡେଲ୍ଟା ଅଞ୍ଚଳରେ ଗତ ମେ ମାସରୁ ୩୫୦ ହାତୀଙ୍କ ମୃତଦେହ ମିଳିଥିବା ତାଙ୍କର ଜଣେ ସହକର୍ମୀ ପ୍ରକାଶ କରିଛନ୍ତି। ଡେଲ୍ଟା ଅଞ୍ଚଳରେ ବିମାନରେ ବୁଲିବା ପରେ ଏନେଇ ସ୍ଥାନୀୟ ସଂରକ୍ଷଣକର୍ତ୍ତା ପ୍ରଥମେ ସରକାରଙ୍କୁ ସତର୍କ କରାଇଥିଲେ। ମାତ୍ର ୩ ଘଣ୍ଟାର ଭ୍ରମଣ ମଧ୍ୟରେ ସେ ୧୬୯ ହାତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାର ମାସକ ପରେ ଆଉ ଅନେକ ହାତୀଙ୍କ ପ୍ରାଣହାନି ଘଟିଛି। ପ୍ରାୟ ୩୫୦ରୁ ଅଧିକ ହାତୀ ମରିଥିବା କୁହାଯାଉଛି। ମରୁଡ଼ି ନାହିଁ କି ଜଳାଶୟ ଶୁଖିନାହିଁ, ତେବେ ଏଭଳି ହାତୀଙ୍କ ଅଚାନକ ମୃତ୍ୟୁ ଘଟିବାକୁ ନେଇ ସାଧାରଣରେ ବିସ୍ମୟ ଭାବ ସୃଷ୍ଟି ହୋଇଛି। ଗତ ମେ ମାସରେ ବେତୋସ୍ବାନା ସରକାର ହାତୀ ଶିକାର ଘଟଣାକୁ ଏଡ଼ାଇ ଦେଇଥିଲେ। ମୃତ ହାତୀମାନଙ୍କ ଦାନ୍ତ ଅକ୍ଷୁଣ୍ଣ ରହିଥିବା କୁହାଯାଇଥିଲା। ହାତୀଙ୍କୁ ଶିକାରୀମାନେ ସାଇନାଇଡ୍‌ ଦେଇ ମରିବା ଘଟଣା ଏହା ନୁହେଁ ବୋଲି କୁହାଯାଉଛି। ଆନ୍ଥ୍ରାକ୍ସ ବିଷକ୍ରିୟା ଯୋଗୁ ମଧ୍ୟ ଏଭଳି ମୃତ୍ୟୁର କୌଣସି ଚିହ୍ନବର୍ଣ୍ଣ ମିଳୁନି। ତେବେ କେଉଁ କାରଣରୁ ଏଭଳି ଶହ ଶହ ହାତୀ ପ୍ରାଣ ହରାଉଛନ୍ତି, ତାହା ଏବେ ବି ରହସ୍ୟମୟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ଖୋଳିବାରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?